ଓଡିଶା

odisha

ETV Bharat / state

ପ୍ରେମରେ ଧୋକା, ସ୍ତ୍ରୀର ମାନ୍ୟତା ଦାବିରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

Girlfriend Protest: ପ୍ରେମ ପରେ ପ୍ରତାରଣା ଶିକାର ହେଲେ ଯୁବତୀ । ସ୍ତ୍ରୀର ମାନ୍ୟତା ପାଇଁ ପ୍ରେମିକର ଘର ଆଗରେ ଧାରଣା ଦେଇଛନ୍ତି । ଦାବି ପୂରଣ ନ ହେବା ଯାଏଁ ବାରଣ୍ଡାରୁ ଉଠିବେ ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ପ୍ରେମ ପରେ ଧୋକା , ପ୍ରେମିକର ଘର ଆଗରେ ଧାରଣା ଦେଲା ପ୍ରେମିକା
ପ୍ରେମ ପରେ ଧୋକା , ପ୍ରେମିକର ଘର ଆଗରେ ଧାରଣା ଦେଲା ପ୍ରେମିକା

By ETV Bharat Odisha Team

Published : Jan 11, 2024, 4:46 PM IST

Updated : Jan 11, 2024, 5:57 PM IST

ପ୍ରେମରେ ଧୋକା

ସୁବର୍ଣ୍ଣପୁର:ପ୍ରେମ ପରେ ଧୋକା ।ନ୍ୟାୟ ପାଇବା ଦାବିରେ ପ୍ରେମିକର ଘର ଆଗରେ ଧାରଣା ଦେଲା ପ୍ରେମିକା । ଯୁବତୀ ଜଣକ ପ୍ରତାରଣା ଶିକାର ହୋଇଥିବା ଅଭିଯୋଗ । ହେଲେ ଯୁବତୀ ଜଣକ ଯୁବକର ଘରକୁ ଆସୁଥିବା ଜାଣିବା ପରେ ସେ ଫେରାର ହୋଇଯାଇଥିବା ଜଣାପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବଡଝିଙ୍କି ଗାଁରେ । ପ୍ରାୟ ଦେଢ଼ ବର୍ଷରୁ ଅଧିକ ହେବ ସଦାନନ୍ଦ ସାଣ୍ଢ ଏବଂ ପୂଜା ବାରଭାୟାଙ୍କ ପ୍ରେମ ସମ୍ପର୍କ ରହିଥିଲା ।

ସୂଚନାଯୋଗ୍ୟ ବଡଝିଙ୍କି ଗାଁ ସଦାନନ୍ଦ ସାଣ୍ଢ ଏବଂ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗାଁର ପୂଜା ବାରଭାୟାକୁଙ୍କ ସହ ଦୀର୍ଘ ଦେଢ଼ ବର୍ଷ ହେଲା ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ପୂଜା ପୂର୍ବରୁ ବିବାହିତ ହୋଇଥିବା ବେଳେ ତାଙ୍କର ଗୋଟିଏ ସନ୍ତାନ ରହିଛି । ଏହା ପରେ ମଧ୍ୟ ପ୍ରେମିକ ସଦାନନ୍ଦ ବିବାହ କରିବା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ପୂଜାର ବିବାହ ବିଚ୍ଛେଦ ହୋଇଥିବା ଜାଣି ସଦାନନ୍ଦ ପୂଜା ସହିତ ନିବିଡ ସମ୍ପର୍କ ରଖିବା ସହିତ ସାମାଜିକ ଗଣମାଧ୍ୟମରେ ଅନେକ ରିଲ୍ସ ଭିଡ଼ିଓ ତିଆରି କରି ଅପଲୋଡ଼ କରିଥିଲେ । ଯୁବତୀ ଜଣକ ସମ୍ବଲପୁରୀ ଲୋକ ନୃତ୍ୟ କଳାକାର ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ......ଅଙ୍ଗନବାଡି କର୍ମୀଙ୍କ ଦରମା ବନ୍ଦ: ସିଡିପିଓଙ୍କ କାର୍ଯ୍ୟାଳୟ ତାଲା ପକାଇବାକୁ ଚେତାବନୀ

ତେବେ ସବୁ ବାଧା ବିଘ୍ନକୁ ସାମ୍ନା କରି ଉଭୟେ ସ୍ୱାମୀ ସ୍ତ୍ରୀ ହୋଇ ସଂସାର କରିବାକୁ ଶପଥ ନେଇଥିଲେ । ହେଲେ କୌଣସି କାରଣରୁ ଯୁବତୀ ଜଣଙ୍କୁ ଅଧା ବାଟରେ ଛାଡି ଦେଇ ଫେରାର ମାରିଛି ପ୍ରେମିକ । ଯୁବତୀ ଜଣକ ପ୍ରଥମେ ପ୍ରେମିକକୁ ବହୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ତା' ସହ ଯୋଗାଯୋଗ କରି ପାରିନଥିଲା । ପରେ ବାଧ୍ୟ ହୋଇ ପ୍ରେମିକର ଘର ଆଗରେ ଯୁବତୀ ଜଣକ ଧାରଣାରେ ବସିଛନ୍ତି । ପୂର୍ବରୁ ସେ ସୋନପୁର ପୋଲିସର ସହାୟତା ଲୋଡିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।

ଶେଷରେ ପୂଜା ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚର ସଭାନେତ୍ରୀଙ୍କ ସହାୟତାରେ ପ୍ରେମିକର ଘର ଆଗରେ ଧାରଣାରେ ବସିଛନ୍ତି । ତେବେ ବିବାହ ପ୍ରତିଶ୍ରୁତି ଦେଇ ସଦାନନ୍ଦ ପୂଜାକୁ ପ୍ରତାରଣା କରିଥିବାରୁ ତାଙ୍କୁ ସଦାନନ୍ଦ ବିବାହ କରିବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ନ ହେବା ଯାଏଁ ପୂଜା ସଦନନ୍ଦଙ୍କ ଘର ବାରଣ୍ଡାରୁ ଉଠିବେ ନାହିଁ ବୋଲି କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Jan 11, 2024, 5:57 PM IST

ABOUT THE AUTHOR

...view details