ଓଡିଶା

odisha

ETV Bharat / state

ଗଞ୍ଜେଇ ସହ ଗାଡ଼ି ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର ଅବକାରୀ ବିଭାଗ ଗଞ୍ଜେଇ ସହ ଜଣେ ବେପାରୀକୁ ଗିରଫ କରିଛି । ଚାଲାଣରେ ସଂପୃକ୍ତ ଗାଡ଼ିକୁ ପୋଲିସ ଜବତ କରିଛି ।

By

Published : Dec 5, 2019, 3:20 PM IST

subarnapur
ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲା ଅବକାରୀ ବିଭାଗ ଆଜି ଚଢ଼ାଉ କରି ଗଞ୍ଜେଇ ସହ ଜଣେ ବେପାରୀକୁ ଗିରଫ କରିଛି । ଚାଲାଣରେ ସଂପୃକ୍ତ ଗାଡ଼ିକୁ ପୋଲିସ ଜବତ କରିଛି । ଗିରଫ ବ୍ୟକ୍ତିଙ୍କର ପରିଚୟ ତଥା ଜବତ ଗଞ୍ଜେଇର ପରିମାଣ ଜଣାପଡିନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଆଜି ସକାଳୁ ଜିଲ୍ଲାର ବିନିକାରୁ ସହର ଆଡକୁ ଦ୍ରୁତଗତିରେ ଯାଉଥିବା ଏକ କାରକୁ ପୂର୍ବପ୍ରସ୍ତୁତି ଅନୁସାରେ ଅବକାରୀ କର୍ମଚାରୀମାନେ ଅଟକାଇ ଥିଲେ। ହେଲେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା କେନାଲକୁ ଖସି ପଡ଼ିଥିଲା। ତଲାସୀ ସମୟରେ ସେହି କାରରୁ 105ଟି ଗଞ୍ଜେଇ ପ୍ୟାକେଟ ମିଳିଥିଲା । ସେଠାରୁ ଗାଡି ଡ୍ରାଇଭରକୁ ଗିରଫ କରାଯିବା ସହିତ ଗଞ୍ଜେଇ ବୋଝେଇ କାର ଜବତ କରାଯାଇଛି ।

ଅବକାରୀ ନିୟମ ଅନୁଯାୟୀ ଘଟଣାସ୍ଥଳରେ ହିଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରି ଗାଡି ଜବତ କରିବା ଆବଶ୍ୟକ। ହେଲେ ଏହି ନିୟମ ପାଳନ କରାଯାଇ ନ ଥିବାରୁ ଅବକାରୀ ବିଭାଗର କାର୍ଯ୍ୟକଳାପ ଉପରେ ବିଭିନ୍ନ ପ୍ରଶ୍ନ ଉଠୁଛି। ଅପରପକ୍ଷରେ ତଦନ୍ତ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବେ ବୋଲି ଅବକାରୀ ଅଧୀକ୍ଷକ ସାମୁଏଲ ଏକ୍କା କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details