ଓଡିଶା

odisha

ETV Bharat / state

ଫୁଟବଲ ମ୍ୟାଚ ବେଳେ ଚାଲିଥିଲା ଜୁଆ ଖେଳ, ବାନ୍ଧିନେଲା ପୋଲିସ - ସୁବର୍ଣ୍ଣପୁର ଟାଉନ ଥାନା

ଏପଟେ ଫୁଟବଲ ମ୍ୟାଚ ଚାଲିଥିବାବେଳେ ସେପଟେ ଚାଲିଛି ଜୁଆ ଆଡ୍ଡା ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଚଢାଉ କରି ତିନି ଜୁଆଡିକୁ ଗିରଫ କରିଛନ୍ତି ।

gambeling-in-subarnapur-three-arresrted
ଫଟୋ ସୌଜନ୍ୟ: ପ୍ରତିନିଧି,ସୁବର୍ଣ୍ଣପୁର

By

Published : Jan 3, 2020, 8:19 AM IST

ସୁବର୍ଣ୍ଣପୁର: ତିନି ଜୁଆଡି ଗିରଫ । ସୁବର୍ଣ୍ଣପୁର ଟାଉନ ଥାନା ଅନ୍ତର୍ଗତ ଗୋଏଲବନ୍ଧ ଗାଁରୁ ତିନି ଜଣ ଜୁଆଡିକୁ ଗିରଫ କରାଯାଇଛି । ପୋଲିସ ଜୁଆଡି ମାନଙ୍କ ପାଖରୁ 12 ହଜ଼ାର 110 ଟଙ୍କା ସହିତ ଜୁଆ ଗୋଟି ଓ ପଟି ଜବତ କରିଛି।

ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ତିନି ଗିରଫ

ଗୋଏଲବନ୍ଧ ଗାଁର ଖେଳ ପଡ଼ିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ପଡ଼ିଆ ପାଖରେ ଜୁଆ ଖେଳ ମଧ୍ୟ ଚାଲିଥିଲା । କୌଣସି ସୂତ୍ରରୁ ପୋଲିସ ଖବରପାଇ ଘଟଣା ସ୍ଥଳକୁ ପହଞ୍ଚିବା ପରେ ଜୁଆ ଖେଳୁଥିବା ଲୋକେ ଫେରାର ହୋଇ ଯାଇଥିଲେ । କିନ୍ତୁ ଜୁଆ ଖେଳାଉଥିବା ଜୁଆଡି ମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ।

ପୋଲିସ ଗିରଫ କରିଥିବା ବ୍ୟକ୍ତିମାନେ ହେଲେ ବରଗଡ଼ ଜିଲ୍ଲାର ପାଣ୍ଡବ ବିଶି , ରାଜା ମିର୍ଧା ଓ ସମ୍ବଲପୁର ଜିଲ୍ଲାର ଅବନୀ ପଟ୍ଟନାୟକ । ପୋଲିସ ଏହି ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣା ପଡ଼ିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details