ଓଡିଶା

odisha

କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇଲେ ସ୍ବେଚ୍ଛାସେବୀ

By

Published : Mar 31, 2020, 11:00 AM IST

Updated : Mar 31, 2020, 11:32 AM IST

ସୁବର୍ଣ୍ଣପୁର ସହର ଉପକଣ୍ଠରେ ଥିବା କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। କିଛି ସ୍ବେଚ୍ଛାସେବୀ ଏକ୍ଷେତ୍ରରେ ଆଗେଇ ଆସିଥିବା ଦେଖାଯାଉଛି ।

free food is provide
ଅନ୍ତେବାସୀଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ

ସୁବର୍ଣ୍ଣପୁର: ବିଶ୍ବ ମହାମାରୀ କୋରୋନାର ସଂକ୍ରମଣକୁ ରୋକିବାରେ ସାରାଦେଶ ଏବେ ଲକଡାଉନ । ଯେଉଁଥିପାଇଁ ଅନେକ ଗରିବ, ନିରାଶ୍ରୟ ଏହି ସମୟରେ ଦିଓଳି ଖାଇବାକୁ ପାଉ ନଥିବାରୁ ସୁବର୍ଣ୍ଣପୁର ସହର ଉପକଣ୍ଠରେ ଥିବା କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। କିଛି ସ୍ବେଚ୍ଛାସେବୀ ଏକ୍ଷେତ୍ରରେ ଆଗେଇ ଆସିଥିବା ଦେଖାଯାଉଛି ।

ଶ୍ରୀବତ୍ସ ମଲ୍ଲିକ ନାମକ ଜଣେ ସ୍ବେଚ୍ଛାସେବୀ 15 ଜଣ ଅନ୍ତେବାସୀଙ୍କୁ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସହରର ଆହାର କେନ୍ଦ୍ର ପକ୍ଷରୁ ତାଙ୍କୁ ଦିନକୁ ଦିଓଳି ମଧ୍ୟାନ୍ନ ଭୋଜନ ଓ ରାତ୍ରୀ ଭୋଜନ ଯୋଗାଇ ଦିଆଯାଉଛି ।

କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇଲେ ସ୍ବେଚ୍ଛାସେବୀ

ଏପରିକି ସକାଳ ଓ ସଂଧ୍ୟା ସମୟରେ ଜଳଖିଆ ପାଇଁ ବି ବ୍ୟବସ୍ଥା କରାଯାଇଛି । କୁଷ୍ଠାଶ୍ରମର ଅନ୍ତେବାସୀମାନେ ମାସିକ ଚାଉଳ ଓ ଭତ୍ତା ପାଉଥିବା ବେଳେ ସହରର ବିଭିନ୍ନ ମନ୍ଦିର ପ୍ରାଙ୍ଗଣରେ ବସିଥାନ୍ତି । ଶ୍ରଦ୍ଧାଳୁମାନେ ଅନ୍ତେବାସୀମାନଙ୍କୁ ଶ୍ରଦ୍ଧାର ସହିତ ଯାହା ଦିଅନ୍ତି, ସେଥିରେ ଅନ୍ତେବାସୀ ଜୀବନ ଧାରଣ କରୁଛନ୍ତି ।

ହେଲେ ଏବେ ଲକଡାଉନ ଯୋଗୁଁ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ଥିବାରୁ ଏହି ଅନ୍ତେବାସୀଙ୍କ ଦୁଃଖ ଦ୍ବିଗୁଣିତ ହୋଇ ଯାଇଛି । ଏବେ ସେମାନଙ୍କ ଆହାର ବ୍ୟବସ୍ଥା କରାଯାଇଥିବାରୁ ସେମାନେ ବେଶ ଉତ୍ସାହିତ ଥିବା କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Last Updated : Mar 31, 2020, 11:32 AM IST

ABOUT THE AUTHOR

...view details