ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ବିକ୍ଷୋଭ - ସୁବର୍ଣ୍ଣପୁର ଚାଷୀଙ୍କ ବିକ୍ଷୋଭ

ସମୟରେ କ୍ରୟ ନୀତି ସ୍ପଷ୍ଟ ନହେଲେ ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହେବାର ଆଶଙ୍କାରେ କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଚାଷୀ। ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଆଗରେ ଚାଷୀଙ୍କ ବିକ୍ଷୋଭ
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଆଗରେ ଚାଷୀଙ୍କ ବିକ୍ଷୋଭ

By

Published : Apr 23, 2021, 11:20 AM IST

ସୁବର୍ଣ୍ଣପୁର: ଜିଲ୍ଲାର ଚାଷୀ ଜମିର କିସମ ଅନୁଯାୟୀ ଧାନ ସଂଗ୍ରହର ପ୍ରତିବାଦ କରିଛନ୍ତି। ରବି ଧାନ କ୍ରୟ ପାଇଁ ପ୍ରଶାସନ ପକ୍ଷରୁ ନୀତି ସ୍ପଷ୍ଟ ନହେଲେ ଅଯଥାରେ ଚାଷୀ ହଇରାଣ ହେବେ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି । ଧାନ ଅମଳ ସମୟ ଆସିଲାଣି । ତାର ଯଥେଷ୍ଟ ପୂର୍ବରୁ ଧାନ କ୍ରୟ ନୀତି ସ୍ପଷ୍ଟ କରିବା ପାଇଁ ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଆଗରେ ଚାଷୀଙ୍କ ବିକ୍ଷୋଭ

କିସମ ଆକାରରେ ଧାନ କ୍ରୟରେ କଟକଣା ଲାଗୁ ପାଇଁ ପ୍ରଶାସନ ଯୋଜନା କରୁଥିବା ବେଳେ ଏଥିରେ ଚାଷୀ ମାନେ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା କରୁଛନ୍ତି । ଏହାକୁ ସେମାନେ ଦୃଢ ବିରୋଧ କରିଛନ୍ତି କାରଣ ରବି ଚାଷରେ କିସମର ମୂଲ୍ୟ କିଛି ନଥାଏ ।

ଉଠା ଜଳସେଚନ କିମ୍ବା ଗଭୀର ନଳକୂପ ଦ୍ବାରା ଚାଷୀ ଚାଷ କରୁଥିବା ବେଳେ ଅନୁନ୍ନତ ଯଥା ମାଳ , ଆଟ କିସମର ଜମିରୁ ବି ଉତ୍ପାଦନ ହୋଇ ପାରୁଛି ବୋଲି ଚାଷୀ କହିଛନ୍ତି। ନର୍ଦ୍ଧାରିତ ସମୟରେ କ୍ରୟ ନୀତି ସ୍ପଷ୍ଟ ନହେଲେ ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହେବାର ଆଶଙ୍କା ଥିବାରୁ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details