ଓଡିଶା

odisha

ETV Bharat / state

ଲଗାଣ ବର୍ଷା: ଘୁଙ୍ଗି ନାଳ ଉପରେ ପ୍ରବାହିତ ହେଉଛି 4 ଫୁଟ ଉଚ୍ଚର ପାଣି - ବନ୍ୟା ପରିସ୍ଥିତି

ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଶନିବାର ଠାରୁ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳମାନଙ୍କରେ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀନାଳ ଗୁଡ଼ିକରେ ବଢି ପାଣି ଆସିଛି ।

ଲଗାଣ ବର୍ଷା, ଘୁଂଗି ନାଳ ଉପରେ ଚାରି ଫୁଟ ପାଣି ପ୍ରବାହିତ
ଲଗାଣ ବର୍ଷା, ଘୁଂଗି ନାଳ ଉପରେ ଚାରି ଫୁଟ ପାଣି ପ୍ରବାହିତ

By

Published : Aug 16, 2020, 11:58 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଲଗାଣ ବର୍ଷା ଶନିବାର ଠାରୁ ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳମାନଙ୍କରେ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀନାଳ ଗୁଡ଼ିକରେ ବଢି ପାଣି ଆସିଛି ।

ଜିଲ୍ଲାର ବିରମହାରାଜପୁର- ଅମରପାଲି ରାସ୍ତାର ଭୁତିଆପାଲି ନିକଟରେ ଥିବା ଘୁଙ୍ଗି ନାଳ ଉପରେ ୪ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦୈନିକ ହଜ଼ାର ହଜ଼ାର ଲୋକ ଅନେକ କାର୍ଯ୍ୟରେ ବିରମହରାଜପୁର ସହରକୁ ଆସିଥାନ୍ତି। ହେଲେ ବନ୍ୟା ପାଣି ଆସୁଥିବାରୁ ଲୋକେ ନାଳ ପର୍ଯ୍ୟନ୍ତ ଆସି ଘରକୁ ଫେରି ଯାଉଛନ୍ତି।

ଏବେ ବର୍ଷା ଟିକିଏ କମିଥିବା ବେଳେ ପୁଣି ବର୍ଷା ହେବାର ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ତଳିଆ ଅଞ୍ଚଳର ଲୋକେ ଭୟ ଓ ଆତଙ୍କରେ ଅଛନ୍ତି। ତେବେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ପ୍ରଶାସନର ଜରୁରୀକାଳୀନ ବିଭାଗର କର୍ମଚାରୀ ମାନେ ଆଜି ଛୁଟି ଦିନରେ ବି କାର୍ଯ୍ୟରତ ଅଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details