ଓଡିଶା

odisha

ETV Bharat / state

ନକଲି ଚେକ୍‌ରେ କଲେଜରୁ ୭୦ଲକ୍ଷ ଠକେଇ, ୪ ଅଭିଯୁକ୍ତ ଗିରଫ - ସୁବର୍ଣ୍ଣପୁରରେ ବ୍ୟାଙ୍କ ଠକେଇ ମାମଲା

ସୋନପୁର ମହାବିଦ୍ୟାଳୟର ଠକେଇ ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା । ଅଧିକ ପଢ଼ନ୍ତୁ

accused arrests in fraudulent cheque case in subarnapur
ନକଲି ଚେକ ଦେଇ କଲେଜରୁ ୭୦ ଲକ୍ଷ ଠକେଇ, ୪ ଅଭିଯୁକ୍ତ ଗିରଫ

By

Published : Aug 21, 2022, 8:54 PM IST

ସୁବର୍ଣ୍ଣପୁର: ସୋନପୁର ମହାବିଦ୍ୟାଳୟର 70 ଲକ୍ଷ ଟଙ୍କା ଠକେଇ ମାମଲାରେ ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛିସୁବର୍ଣ୍ଣପୁର ପୋଲିସ(Accused arrests in fraudulent cheque case in subarnapur) ଗତ ଜୁନମାସ 10 ତାରିଖରେ ଏକ ନକଲି ଚେକ ଦେଇ ଅଭିଯୁକ୍ତମାନେ 70 ଲକ୍ଷ 42 ହଜାର 900 ଟଙ୍କାର ଠକିନେଇଥିବା ଅଭିଯୋଗ ହୋଇଥିଲା । ଏହି ଠକେଇରେ ସାମିଲ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୂଚନା ଦେଇଛନ୍ତି ।

ନକଲି ଚେକ ଦେଇ କଲେଜରୁ ୭୦ ଲକ୍ଷ ଠକେଇ

ସୂଚନା ଅନୁଯାୟୀ, ଜୁନ୍‌ ମାସ 10 ତାରିଖରେ ଅଭିଯୁକ୍ତମାନେ ବ୍ୟାଙ୍କ ଅଫ୍‌ ବରୋଦାରୁ ଏକ ନକଲି ଚେକ୍‌ (fraudulent cheque case) ଦେଇ 70 ଲକ୍ଷ 42 ହଜାର 900 ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠେଇ ଦେଇଥିଲେ । ଏହାର 3 ଦିନ ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବ୍ୟାଙ୍କରୁ ଟଙ୍କା ଉଠା ଯାଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସୁବର୍ଣ୍ଣପୁର ଜିଲ୍ଲା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଠକେଇ କରିଥିବା ଲୋକେ କୋଲକାତାର ବୋଲି ଜାଣିବାକୁ ପାଇଥିଲା ।

ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ଏହାର ତଦନ୍ତ ଆରମ୍ଭ କରିଥିଲା । ଶେଷରେ କୋଲକାତାର କୁଚବିହାର ଜିଲ୍ଲାରୁ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ସବୁଜ ଘୋଷ, ସୁବାସ ଦାସ, ବିଉଟି ଦାସ ଓ ଦ୍ରୌପଦୀ ଦାସ ବୋଲି ପୋଲିସ ସୂଚନା ଦେଇଛି । ସେମାନଙ୍କଠାରୁ ଦୁଇଟି ଏଟିଏମ କାର୍ଡ, ତିନୋଟି କ୍ରେଡିଟ କାର୍ଡ, ଚାରିଗୋଟି ମୋବାଇଲ, ଗୋଟିଏ ପ୍ୟାନ କାର୍ଡ, 4ଟି ଆଧାର ଓ ଭୋଟର କାର୍ଡ ପୋଲିସ ଜବତ କରିଛି । ଏଥିସହ 18 ଲକ୍ଷ 98 ହଜାର 507 ଟଙ୍କା ଜବତ ହୋଇଛି ।

ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା କହିଛନ୍ତି, "ଏହି ଘଟଣାରେ ଅନ୍ୟ କେତେକଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ମଧ୍ୟ ଏହାର ତଦନ୍ତ ଜାରି ରହିଛି ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details