ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରର 45 ପୋଲିସକର୍ମୀ କୋରୋନା ସଂକ୍ରମିତ - Forty-five police officers were infected with corona

ସୁବର୍ଣ୍ଣପୁର ଜିଲ୍ଲାରେ 45 ଜଣ ପୋଲିସ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Forty-five police officers were infected with corona
45 ଜଣ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ

By

Published : Sep 12, 2020, 9:29 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ 45 ଜଣ ପୋଲିସ କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳରୁ ଆରମ୍ଭ କରି ସହର ଯାଏଁ ଲକଡାଉନ, ସଟଡାଉନ, କର୍ଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ କରି କୋରୋନା ଯୋଦ୍ଧାମାନେ ଦିନରାତି ପରିଶ୍ରମ କରିବା ପରେ ଏହି ମହାମାରୀର ଶିକାର ହୋଇଛନ୍ତି।

45 ଜଣ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ

କେତେବେଳେ ମାସ୍କ ଚେକିଂ ତ ଆଉ କେତେବେଳେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଜିଲ୍ଲା ପୋଲିସ ଅନବରତ କାର୍ଯ୍ୟ କରୁଛି । ଜୀବନ ଯାତ୍ରା ସ୍ୱାଭାବିକ ହେବା ପରେ ବି ପୋଲିସ କର୍ମଚାରୀମାନେ ଜନସାଧାରଣଙ୍କ ଭିତରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଜାଗ୍ରତ ପ୍ରହରୀ ଭାବେ ଜିଲ୍ଲା ପୋଲିସ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ବି ମହାମାରୀ କବଳିତ କରିଛି । ତେବେ ଦୁଇ ଜଣ କର୍ମଚାରୀ ଏବେ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ 10 ଜଣ ସୁସ୍ଥ ଅଛନ୍ତି । ଅନ୍ୟମାନେ ଚିକିତ୍ସାଧିନ ଅବସ୍ଥାରେ ଘରେ କ୍ବାରେଣ୍ଟାଇନରେ ଥିବା ଏସପି ସୂଚନା ଦେଇଛନ୍ତି । ଜିଲ୍ଲାବାସୀ ଏହି କୋରୋନା ଯୋଦ୍ଧାଙ୍କ ଆରୋଗ୍ୟ କାମନା କରିଛନ୍ତି ।


ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details