ସୁବର୍ଣ୍ଣପୁର: ରାଜ୍ୟରେ ଲଗାଣ ବର୍ଷାରୁ ଜାରି ରହିଛି ବନ୍ୟା ବିପତ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଦଶରାଜପୁର ଓ ନିମନା ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ବଲାଙ୍ଗୀରର ପୂର୍ବତନ ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ।
ଆଜି(ସୋମବାର) ଜିଲ୍ଲାର କିଛି ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ବନ୍ୟା ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ମହାନଦୀ ବନ୍ୟାରେ ଉଲୁଣ୍ଡା ବ୍ଲକର ହଜାର ହଜାର ଚାଷଜମି କ୍ଷତିଗ୍ରସ୍ତ ହୋଇଛି।ପ୍ରାୟ 5 ଦିନ ବନ୍ୟାପାଣି ଚାଷ ଜମିରେ ଜମି ରହିଥିବା ବେଳେ ଏବେ ବି ହଜାର ହଜାର ଏକର ଚାଷଜମି ପାଣିରେ ବୁଡି ରହିଛି। ପ୍ରବଳ ବର୍ଷାରେ ଅନେକ ପରିବାରର ଘର ଭାଙ୍ଗି ଥିବାରୁ ଲୋକେ ବାସହରା ହୋଇଛନ୍ତି।