ଓଡିଶା

odisha

ଦରମା ବୃଦ୍ଧି ଦାବି: କଲେଜରେ ତାଲା ପକାଇଲେ ଅଧ୍ୟାପକ

By

Published : Aug 17, 2019, 2:31 PM IST

ଦରମା ବୃଦ୍ଧିରେ କଲେଜର ଶ୍ରେଣୀ ଗୃହରେ ତାଲା ପକାଇଲେ ଅଧ୍ୟାପକ ଅଧ୍ୟାପିକା । ବାରମ୍ବାର ଦାବି ସତ୍ତ୍ବେ ପୂରଣ ନ ହେବାରୁ ଶେଷରେ ଆନ୍ଦୋଳନର ରାସ୍ତା ବାଛିଛନ୍ତି କଲେଜ କର୍ମଚାରୀମାନେ ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଦରମା ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଲେ ସୁବର୍ଣ୍ଣପୁର ଯୁକ୍ତ ତିନି ବିଜୁ ପଟ୍ଟନାୟକ ମହିଳାର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ । ଶ୍ରେଣୀ ବର୍ଜନ କରିବା ସହ ମହାବିଦ୍ୟାଳୟର ସମସ୍ତ କୋଠାରେ ପକାଇଛନ୍ତି ତାଲା । ତିନି ଜଣ ଅଧ୍ୟାପିକା ଓ ଆଠ ଜଣ ଅଣ ଶିକ୍ଷକ ପରିଚାଳନା ପରିଷଦ ଆଗରେ ଦୀର୍ଘ ଦିନରୁ ଦାବି ଉପସ୍ଥାପନା କରିଥିଲେ । ଏପରିକି ପରିଚାଳନା ପରିଷଦର ସଭାପତି ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ନିକଟରେ ଦରମା ବୃଦ୍ଧି ନେଇ ଅଭିଯୋଗ କରିଥିଲେ । କିନ୍ତୁ ସବୁଠାରୁ ନିରାଶ ହେବା ପରେ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସେପଟେ, ମହାବିଦ୍ୟାଳୟର ଅଧ୍ୟକ୍ଷା ବୈଜୟନ୍ତୀ ନାଏକ ଆନ୍ଦୋଳନରତ କର୍ମଚାରୀଙ୍କୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିବାବେଳେ ଦାବି ପୁରା ହେଲେ ଆନ୍ଦୋଳନରୁ ହଟିବେ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ । ଏପରିକି ଆଗାମୀ ଦିନରେ କଳାବ୍ୟାଚ ପିନ୍ଧି ଧାରଣା କରିବେ ବୋଲି କହିଛନ୍ତି ।

ଯୁକ୍ତି 3ର 2ୟ ସେମିଷ୍ଟାର ପରେ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତ୍ରୀବ କରାଯିବ ଚେତାବନୀ ଦେଇଛନ୍ତି କର୍ମଚାରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details