ଓଡିଶା

odisha

By

Published : Nov 2, 2019, 6:00 PM IST

ETV Bharat / state

ରିଙ୍ଗରୋଡ଼ ପାଇଁ ପ୍ରଶାସନର ଜବରଦଖଲ ଉଚ୍ଛେଦ ଅଭିଯାନ

ରିଙ୍ଗରୋଡ଼ କାମ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଜବରଦଖଲ ଦ୍ବାରା ଉଚ୍ଛେଦ ହୋଇଥିବା ପରିବାରଙ୍କୁ 'ଜାଗା ମିଶନ' ଯୋଜନାରେ ପ୍ରଶାସନ ପକ୍ଷରୁ ଘର ପାଇଁ ଜାଗା ଯୋଗାଇ ଦିଆଯିବା ନେଇ ସୂଚନା।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସହରରେ ମହନଦୀରୁ ତେଲନଦୀ ଯାଏଁ ଚାଲିଥିବା ରିଙ୍ଗରୋଡ଼ କାମ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ସରକାରୀ ସ୍ଥାନରେ ଦୀର୍ଘ ଦିନରୁ ଘର କରି ରହି ଆସୁଥିବା ପରିବାରଙ୍କ ବିରୋଧ ସତ୍ତ୍ବେ ପ୍ରଶାସନ ଏହି ଜବରଦଖଲ ଉଚ୍ଛେଦ କରିଛି । ପୂର୍ବରୁ ମହାନଦୀ ଭିତରେ ଜଳସେଚନ ବିଭାଗ ମାଟି ପକାଇ ରାସ୍ତା ତିଆରି କରୁଥିଲା । ହେଲେ ଏବେ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ଏହି ରାସ୍ତା କାମ କରୁଥିବା ବେଳେ ମହାନଦୀ ଭିତରେ ମାଟି ପକାଇ ରାସ୍ତା ତିଆରି ନକରି ଢ଼ିପ ସ୍ଥାନରେ ରାସ୍ତା ତିଆରି ପାଇଁ ଜବରଦଖଲ ଉଚ୍ଛେଦ କରାଯାଉଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଜନସାଧାରଣଙ୍କ ବିରୋଧ ସତ୍ତ୍ବେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି। ସଦର ପୌରପରିଷଦ ଓ ତହସିଲଦାରଙ୍କ ଉପସ୍ଥିତିରେ ମହାନଦୀ କୂଳରୁ ଏହି ଉଚ୍ଛେଦ କରାଯାଉଥିବା ବେଳେ ଅପ୍ରୀତିକର ପରିସ୍ଥିତି ଏଡେଇବାକୁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି । ଜବରଦଖଲରୁ ଉଚ୍ଛେଦ କରାଯାଉଥିବା ପରିବାରଙ୍କୁ 'ଜାଗା ମିଶନ' ଯୋଜନାରେ ପ୍ରଶାସନ ପକ୍ଷରୁ ଘର ପାଇଁ ଜାଗା ଯୋଗାଇ ଦିଆଯିବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details