ଓଡିଶା

odisha

ETV Bharat / state

ଲକ ଡାଉନ ପାଇଁ ଶ୍ରମିକଙ୍କୁ ବଣ୍ଟାଯିବ ଖାଦ୍ୟ - ସୁବର୍ଣ୍ଣପୁର ଲକ ଡାଉନ

ଲକ ଡାଉନ ପାଇଁ ଶ୍ରମିକଙ୍କୁ ଦିଆଯିବ ଖାଦ୍ୟ । ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଶ୍ରମିକମାନଙ୍କ ଖାଇବା ବ୍ୟବସ୍ଥା କରାଯିବ ବୋଲି ଜରୁରୀକାଳୀନ ଅଧିକାରୀ । ଅଧିକ ପଢନ୍ତୁ...

Food will be given to workers for the lock down
ଲକ ଡାଉନ ପାଇଁ ଶ୍ରମିକଙ୍କୁ ଦିଆଯିବ ଖାଦ୍ୟ

By

Published : Mar 30, 2020, 4:58 PM IST

ସୁବର୍ଣ୍ଣପୁର:ଲକ ଡାଉନ ଯୋଗୁଁ ଚିନ୍ତାରେ ଦିନ ମଜୁରିଆ । ସୁବର୍ଣ୍ଣପୁର ସହରର ମଝିପଡ଼ାରେ ପ୍ରାୟ 21ଜଣ ମଜୁରିଆ ଭୋକିଲା ରହୁଥିବା ଅଭିଯୋଗ ହୋଇଛି । କୋଲିକାତାରୁ ଆସି ସୁବର୍ଣ୍ଣପୁରରେ ମୂଲିଆ ଭାବେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଖରେ ଖାଇବା ପାଇଁ କିଛି ନ ଥିବା କହିଛନ୍ତି । କାମ ବନ୍ଦ ଥିବାରୁ ପାଖରେ ଖାଇବା ପାଇଁ ଟଙ୍କା ନଥିବା କହିଛନ୍ତି ।

ଲକ ଡାଉନ ପାଇଁ ଶ୍ରମିକଙ୍କୁ ଦିଆଯିବ ଖାଦ୍ୟ

ସୋମବାର ଶ୍ରମିକମାନେ ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ଅଧିକାରୀଙ୍କୁ ସାକ୍ଷାତ କରି ଏପରି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଶ୍ରମିକମାନଙ୍କ ଖାଇବା ବ୍ୟବସ୍ଥା କରାଯିବ ବୋଲି ଜରୁରୀକାଳୀନ ଅଧିକାରୀ ମୁକ୍ତେଶ୍ଵର ପାଣିଗ୍ରାହୀ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details