ସୁବର୍ଣ୍ଣପୁର: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଖାଦ୍ୟ ମେଳା ଆୟୋଜିତ ହୋଇଯାଇଛି । ଏହି ମେଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି ପରିବେଷଣ କରିଛନ୍ତି । ବିଶେଷକରି ଚଟପଟା ଖାଦ୍ୟ ଗୁଡିକ ବେଶ ସୁଆଦିଆ ହେବା ସହ ଲୋକଙ୍କୁ ଆକୃଷ୍ଟ କରିଥିଲା ।
ଛାତ୍ରଛାତ୍ରୀଙ୍କ ନିଆରା ଖାଦ୍ୟ ମେଳା - ଛାତ୍ରଛାତ୍ରୀଙ୍କ ନିଆରା ଖାଦ୍ୟ ମେଳା
ସୁବର୍ଣ୍ଣପୁର ଛାତ୍ରଛାତ୍ରୀଙ୍କ ନିଆରା ଖାଦ୍ୟ ମେଳା । ଭିନ୍ନ ଢଙ୍ଗରେ ଖାଦ୍ୟ ତିଆରି କରି ଅତିଥିମାନଙ୍କୁ ପରିବେଷଣ କଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...
ଛାତ୍ରଛାତ୍ରୀଙ୍କ ନିଆରା ଖାଦ୍ୟ ମେଳା
ମଟନ ଓ ଚିକେନ୍ ବିରିଆନି, ଚଣା ତରକାରୀ ,ଚାଉଳ ବରା ସାଙ୍ଗକୁ ଝାଲ ମୁଢି, ଚାଟ ଆଦି ବିଭିନ୍ନ ପ୍ରକାରର ଖାଦ୍ୟ ଭିନ୍ନ ଢଙ୍ଗରେ ତିଆରି କରି ଅତିଥିମାନଙ୍କୁ ପରିବେଷଣ କରିଥିଲେ । ଅତିଥିମାନେ ବି ଛାତ୍ରଛାତ୍ରୀଙ୍କ ସୁଆଦିଆ ଖାଦ୍ୟ ଖାଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ