ସୁବର୍ଣ୍ଣପୁର: ଜିଲ୍ଲାରେ କମିଛି ବନ୍ୟା ପାଣି । ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ହେଉଥିଲେ ମଧ୍ୟ ଉଭୟ ମହାନଦୀ ଓ ସାଲେସିଂ ଯୋରର ବନ୍ୟା ପାଣି ବେଶ କମିଯାଇଛି । ହେଲେ ଆଜି ବି ଘରକୁ ଫେରି ନାହାଁନ୍ତି ଲମତୁଲ ଗାଁ ଲୋକେ। ଗାଁରେ ଏବେ ବି ପ୍ରାୟ 10 ଫୁଟରୁ ଅଧିକ ପାଣି ଜମି ରହିଛି । ଗାଁ ଲୋକେ ଆଜକୁ ପାଞ୍ଚ ଦିନ ହେଲା ଘରକୁ ଫେରି ନାହାଁନ୍ତି । ଗାଁ ସାରା ଲୋକେ ଜଙ୍ଗଲ ଭିତରେ ଆଶ୍ରୟ ନେଇଥିବାବେଳେ ଚାରି ଦିନ ତାଙ୍କର ଭୋକ ଉପାସରେ କଟିଛି ।
ରବିବାର ସଂଧ୍ୟାରେ ଓ ଆଜି(ସୋମବାର) ସକାଳୁ ଉଲୁଣ୍ଡା ଯୁବକ ସଂଘର ସଭ୍ୟମାନେ ଜଙ୍ଗଲରେ ଆଶ୍ରୟ ନେଇଥିବା ଲୋକଙ୍କୁ କିଛି ଶୁଖିଲା ଖାଦ୍ୟ, ପିଇବା ପାଣି, ଔଷଧ ଆଦି ପ୍ରଦାନ କରିଛନ୍ତି। ଆଜି ସ୍ଥାନୀୟ ଗ୍ରାମ ପଞ୍ଚାୟତ ପକ୍ଷରୁ ଗାଁ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।