ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ବନ୍ୟା ପରିସ୍ଥିତି: ତଳିଆ ଅଞ୍ଚଳ ପାଇଁ ପ୍ରଶାସନର ସତର୍କ ବାର୍ତ୍ତା - ସୁବର୍ଣ୍ଣପୁରରେ ବନ୍ୟା ପରିସ୍ଥିତି

ଜିଲ୍ଲାର ମୁଣ୍ଡୋଘାଟ ଠାରେ ଥିବା କୁଲଥି ଯୋର ଉପରେ ଥିବା ପୋଲ ଉପରେ ପ୍ରାୟ ୬ ଫୁଟର ପାଣି ଚାଲିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

flood-situation-in-subarnapur-a-warning-message-from-the-administration-for-the-lower-areas
ସୁବର୍ଣ୍ଣପୁରରେ ବନ୍ୟା ପରିସ୍ଥିତି: ତଳିଆ ଅଞ୍ଚଳ ପାଇଁ ପ୍ରଶାସନର ସତର୍କ ବାର୍ତ୍ତା

By

Published : Aug 28, 2020, 12:58 PM IST

ସୁବର୍ଣ୍ଣପୁର: ଫୁଲୁଛି ମହାନଦୀ ଓ ତେଲନଦୀ। ହୀରାକୁଦ ଜଳ ଭଣ୍ଡାରରୁ 22 ଗୋଟି ସ୍ଲୁଇସ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଫଳରେ ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ସୁବର୍ଣ୍ଣପୁର ଜିଲ୍ଲାର ନଦୀ କୂଳିଆ ଗାଁ ଗୁଡ଼ିକୁ ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ କୁହାଯାଇଛି ।

ଜିଲ୍ଲାର ମୁଣ୍ଡୋଘାଟ ଠାରେ ଥିବା କୁଲଥି ଯୋର ଉପରେ ଥିବା ପୋଲ ଉପରେ ପ୍ରାୟ ୬ ଫୁଟର ପାଣି ଚାଲିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଖାଲି ସେତିକି ନୁହେଁ ଶହ ଶହ ଏକର ଚାଷ ଜମି ବନ୍ୟା ପାଣିରେ ବୁଡି ରହିଛି । ସେହିପରି ଧର୍ମଶାଳା ଏଏନଏମ ସେଣ୍ଟର ପାଣି ଘେରରେ ରହିଛି। ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି । ମୁଣ୍ଡୋଘାଟ ସରପଞ୍ଚ ଓ ଉଲୁଣ୍ଡା ବିଡ଼ିଓ ବନ୍ୟା ପରିସ୍ଥିତି ବୁଲି ଦେଖିଛନ୍ତି ।

ସୁବର୍ଣ୍ଣପୁରରେ ବନ୍ୟା ପରିସ୍ଥିତି: ତଳିଆ ଅଞ୍ଚଳ ପାଇଁ ପ୍ରଶାସନର ସତର୍କ ବାର୍ତ୍ତା

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details