ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର ବନ୍ୟା ପ୍ରଭାବ: ଏବେବି କିଛି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ - ଗମନାଗମନ

ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଘାଟକଇଁତରାର ରାସ୍ତାରେ ଚାଲୁଥିବା ବନ୍ୟା ପାଣି କମିଯିବା ଫଳରେ ଏବେ ଯାତାୟାତ ସ୍ବାଭାବିକ ହୋଇଛି । ମାତ୍ର କିଛି କିଛି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

By

Published : Aug 14, 2019, 10:44 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଲାଗି ରହିଥିବା ବନ୍ୟା ପରିସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି ।ଏବେ ବି ବାଉରୀ ଯୋର ନାଳ ଉପରେ ପ୍ରାୟ ତିନି ଫୁଟର ପାଣି ଚାଲୁଥିବାରୁ ବୀରମହାରାଜପୁରରୁ-ବଉଦ ଓ ରେଢାଖୋଲକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ସେହିପରି ମହାନଦୀର ବନ୍ୟା ପାଣିରେ ଧର୍ମଶାଳା ନିକଟରେ ଥିବା ମୁଣ୍ଡୋଘାଟ ପୋଲ ଉପରେ ପାଣି ଚାଲୁଥିବାରୁ ଲୋକେ ବାଧ୍ୟ ହୋଇ ରକସା ପୋଲ ଦେଇ ବୀରମହାରାଜପୁରକୁ ଯାତାୟତ କରୁଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଘାଟକଇଁତରାର ରାସ୍ତାରେ ଚାଲୁଥିବା ବନ୍ୟା ପାଣି କମିଯିବା ଫଳରେ ଏବେ ଯାତାୟାତ ସ୍ବାଭାବିକ ହୋଇଛି । ହେଲେ ତରଭା ବ୍ଳକର ସୁରୁବାଲି , ନିବୃତ୍ତି ଓ ତେଲନଦୀର ବଢିପାଣି ଯୋଗୁଁ ତରଭା ବ୍ଳକର ଚାରଭଟା, ବ୍ରାହ୍ମଣୀ ଆଦି ଗାଁ ପାଣି ଘେରରେ ରହିଛି ।

ତରଭା ସହର ଓ ବ୍ଳକର ବିଭିନ୍ନ ଯାଗାରେ ବନ୍ୟା ପୀଡିତଙ୍କ ପାଇଁ ସାତୋଟି ରିଲିଫ କେନ୍ଦ୍ର ଖୋଲା ଯାଇଛି । ପ୍ରାୟ 10 ହଜାରରୁ ଅଧିକ ଲୋକ ଏହି ରିଲିଫ କେନ୍ଦ୍ର ଗୁଡିକରେ ରହିଛନ୍ତି । ଏବେ ବି ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ରହିଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ସପ୍ତାହେ ଯାଏଁ ବନ୍ୟା ପୀଡିତଙ୍କୁ ରିଲିଫ ଯୋଗାଇ ଦେବା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷ ଓ ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁରୁବାଲି ଯୋରର ପାଣିରେ ମାଲିଶ୍ରୀଗିଡି , ତୁରେଇକେଲାର ନଦୀବନ୍ଧ ଭାଙ୍ଗିଯିବା ଫଳରେ ଯୋର ନିକଟବର୍ତ୍ତୀ ଗାଁ ଗୁଡିକରେ ବନ୍ୟାଜଳ ପଶିଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରାଜସ୍ବ ବିଭାଗ କର୍ମଚାରୀମାନେ ବନ୍ୟା ପୀଡିତଙ୍କ ପାଖକୁ ଯାଇ ଅଭାବ ଅସୁବିଧା ବୁଝୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details