ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ଭୟଙ୍କର ବନ୍ୟାସ୍ଥିତି, ନଦୀକୂଳିଆ ଗାଁରେ ପସିଲା ପାଣି - subarnapur flood

ସୁବର୍ଣ୍ଣପୁର ସହରର ତରିଆ ପଡାରେ ଆଜକୁ ତିନି ଦିନ ହେଲା ଚାରି ଫୁଟ ଉଚ୍ଚରେ ପାଣି ଜମି ରହିଛି। ନଦୀ କୁଳିଆ ଗାଁ ଗୁଡିକରେ ବନ୍ୟା ପାଣି ପଶି ଯାଇଛି। ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଭୟଙ୍କର ବନ୍ୟା ପରିସ୍ଥିତି, ନଦୀ କୁଳିଆ ଗାଁ ଗୁଡିକରେ ପସିଲା ପାଣି
ସୁବର୍ଣ୍ଣପୁରରେ ଭୟଙ୍କର ବନ୍ୟା ପରିସ୍ଥିତି, ନଦୀ କୁଳିଆ ଗାଁ ଗୁଡିକରେ ପସିଲା ପାଣି

By

Published : Aug 30, 2020, 2:53 PM IST

ସୁବର୍ଣ୍ଣପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ପାଣି ନିଷ୍କାସନ ହେଉଥିବାରୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀ କୂଳିଆ ଗାଁ ଗୁଡିକରେ ବନ୍ୟା ପାଣି ପଶି ଯାଇଛି। ସହରର ତରିଆ ପଡାରେ ଆଜକୁ ତିନି ଦିନ ହେଲା ଚାରି ଫୁଟ ଉଚ୍ଚରେ ପାଣି ଜମି ରହିଛି। ଅନେକ ମତ୍ସ୍ୟଜୀବୀଙ୍କ ଜାଲ ଡଙ୍ଗା ମହାନଦୀର ବନ୍ୟା ପାଣିରେ ତଳକୁ ଭସେଇ ନେଇଛି।

ସୁବର୍ଣ୍ଣପୁରରେ ଭୟଙ୍କର ବନ୍ୟା ପରିସ୍ଥିତି, ନଦୀ କୁଳିଆ ଗାଁ ଗୁଡିକରେ ପସିଲା ପାଣି

ସେପଟେ ତେଲ ନଦୀରେ ମଧ୍ୟ ବନ୍ୟା ପାଣି ଆସୁଥିବାରୁ ଉଭୟ ନଦୀର ସଙ୍ଗମରେ ଥିବା ସୁବର୍ଣ୍ଣପୁର ସହର ଆକାଶ ମାର୍ଗରୁ ଏକ ଛୋଟିଆ ଟାପୁ ପରି ଦେଖାଯାଉଛି। ମହାନଦୀ ଗର୍ଭରେ ଥିବା ଦେବୀ ଲଙ୍କେଶ୍ୱରୀଙ୍କ ସୁଉଚ୍ଚ ମଦିରର 80 ଭାଗ ବନ୍ୟା ପାଣିରେ ବୁଡି ରହିଛି। ବନ୍ୟା ପାଣି ଦେବୀଙ୍କ ଚରଣ ସ୍ପର୍ଶ କଲେ ଏହି ଐତିହାସିକ ସହର ମାନଚିତ୍ରରୁ ଉଭେଇ ଯିବ।

ତେବେ ସଦର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସଦର ତହସିଲଦାର ବନ୍ୟା ପୀଡିତଙ୍କ ସହିତ ଆଲୋଚନା କରିଛନ୍ତି। ପିଡ଼ିତଙ୍କୁ ଆବଶ୍ୟକ ପଲିଥିନ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details