ସୁବର୍ଣ୍ଣପୁର: ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ଜଙ୍ଗଲରେ ଆଶ୍ରୟ ନେଲେ ଲୋକେ । ସୁବର୍ଣ୍ଣପୁର ଜିଲ୍ଲା ଏସ ପତ୍ରାପାଲି ପଞ୍ଚାୟତ ଲମତୁଳ ଗାଁଲୋକେ ଜଙ୍ଗଲରେ ଆଶ୍ରୟ ନେଇଛନ୍ତି। ଆଜକୁ ଚାରି ଦିନ ହେଲା ଗାଁର ସମସ୍ତ ଜଙ୍ଗଲରେ ରହୁଛନ୍ତି। ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ପାଣି ନିଷ୍କାସନ କରାଯିବା ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ବନ୍ୟା ଆଣିଲା ବିପତ୍ତି, ଜଙ୍ଗଲରେ ଆଶ୍ରୟ ନେଲେ ଲୋକେ - ବନ୍ୟା ପାଇଁ ଜଙ୍ଗଲରେ ଆଶ୍ରୟ ନେଲେ ଆଦିବାସୀ
ବନ୍ୟା ପାଇଁ ଜଙ୍ଗଲରେ ଆଶ୍ରୟ ନେଲେ ଆଦିବାସୀ । ଶୁଖିଲା ଖାଦ୍ୟ ଓ ଆତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରଶାସନକୁ କଲେ ଅନୁରୋଧ । ଅଧିକ ପଢନ୍ତୁ....
ବନ୍ୟା ପାଇଁ ଜଙ୍ଗଲରେ ଆଶ୍ରୟ ନେଲେ ଆଦିବାସୀ
ହେଲେ ଲମତୁଳ ଗାଁ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଗାଁ ଚାରି ପାଖରେ ବନ୍ୟା ଜଳ ଜମି ରହିଥିବା ବେଳେ ଗାଁ ଦାଣ୍ଡରେ ପ୍ରାୟ 10ଫୁଟର ପାଣି ଜମି ରହିଛି। ତେବେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏହି ବନ୍ୟା ପୀଡିତଙ୍କ ପାଖରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ମହାନଦୀ ଓ ସାଲେସିଙ୍ଗ ଜୋରରେ ବନ୍ୟା ପାଣି ଆସୁଥିବାରୁ ପୁରା ଗାଁ ଜଳମଗ୍ନ ହୋଇଯାଇଛି । ବନ୍ୟା ପ୍ରପୀଡିତଙ୍କ ପାଖରେ ଶୁଖିଲା ଖାଦ୍ୟ ଓ ଆତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ବନ୍ୟା ପ୍ରପୀଡିତ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ