ଓଡିଶା

odisha

ETV Bharat / state

ଆସନ୍ତା 29ରେ ପଶ୍ଚିମ ଓଡ଼ିଶାର ଖୋଖା ଭାଇଙ୍କ ସ୍ମୃତିରେ ସଙ୍ଗୀତ ସନ୍ଧ୍ୟା - ଫକୀର ପଟ୍ଟନାୟକ ସ୍ମୃତି ସଙ୍ଗୀତ ସନ୍ଧ୍ୟା

ପଶ୍ଚିମ ଓଡିଶାର ଖୋଖା ଭାଇ ଫକୀର ପଟ୍ଟନାୟକଙ୍କ ସ୍ମୃତିରେ ସଙ୍ଗୀତ ସନ୍ଧ୍ୟା । ଆସନ୍ତା 29ରେ ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ବର୍ଗତ ଫକୀର ପଟ୍ଟନାୟକଙ୍କ ସ୍ମୃତିରେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ

Fakir Patnaik Memorial Music Competition
ଫକୀର ପଟ୍ଟନାୟକଙ୍କ ସ୍ମୃତିରେ ସଙ୍ଗୀତ କାର୍ଯ୍ୟକ୍ରମ

By

Published : Dec 26, 2022, 12:13 PM IST

ଆସନ୍ତା 29ରେ ପଶ୍ଚିମ ଓଡିଶାର ଖୋଖା ଭାଇଙ୍କ ସ୍ମୃତିରେ ସଙ୍ଗୀତ ସନ୍ଧ୍ୟା

ସୁବର୍ଣ୍ଣପୁର: ଆସନ୍ତା 29 ତାରିଖରେ ସହରର ଟାଉନ ହଲରେ ଆୟୋଜିତ ହେବାକୁ ଯାଉଛି ଫକୀର ପଟ୍ଟନାୟକ ସ୍ମୃତି ସଙ୍ଗୀତ ସନ୍ଧ୍ୟା ଓ ସଙ୍ଗୀତ ପ୍ରତିଯୋଗିତା (Fakir Patnaik Memorial Music Competition) । ପଶ୍ଚିମ ଓଡ଼ିଶାର ଖୋଖା ଭାଇ ଭାବେ ପରିଚିତ ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ବର୍ଗତ ଫକୀର ପଟ୍ଟନାୟକଙ୍କ (Legendary Sambalpuri Singer Late Fakir Patnaik ) ସ୍ମୃତି ଉଦ୍ଦେଶ୍ୟରେ ପୂର୍ବ ବର୍ଷ ପରି ଏଥର ମଧ୍ୟ ଲୋକଗୀତ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଫକୀର ପ୍ରେମୀ କଳାକାର ଓ ସଙ୍ଗୀତ ପ୍ରେମୀ ଆୟୋଜନରେ ଲାଗି ପଡିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ନିଆରା ଢଙ୍ଗରେ ଧନୁଯାତ୍ରାର ହେଲା ପ୍ରଚାର, ରଙ୍ଗୋଲିରେ ସଜେଇ ହେଲା ବରଗଡ ସହର ମୁଖ୍ୟ ରାସ୍ତା

"ଲିଟି ଉଡେ ଫୁରୁ ଫୁରୁରେ ମୋର ନାମ ଟେକାରୁ", "ଲବଙ୍ଗ ଲତା ମୋର ଗଜ ମୁକୁତାରେ ହସି ପଦେ କହ କଥା" ହେଉ ଅବା "ଜୟ ଜୟ ମାଗୋ ଦୁର୍ଗତି ନାଶିନୀ" ପରି ମାଲେଶ୍ରୀ ରାଗର ମୂର୍ଚ୍ଛନା ପୁଣି ଶୁଭିବ ଭଏସ ଅଫ ସୁବର୍ଣ୍ଣପୁର (Voice of Subarnapur) ମଞ୍ଚରେ । ଚଳିତ ଥର ବେଶ ଆଡ଼ମ୍ବରରେ ଫକୀର ପଟ୍ଟନାୟକ ସ୍ମୃତି ସଙ୍ଗୀତ ସନ୍ଧ୍ୟା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବ୍ୟାପକ ପ୍ରଚାରପ୍ରସାର ସାଙ୍ଗକୁ ମଞ୍ଚ ସଜ୍ଜା, ବିଚାରକ ମଣ୍ଡଳୀ ଚୟନ, ଦେଖଣାହାରୀଙ୍କ ପାଇଁ ଶୃଙ୍ଖଳିତ ସିଟ୍‌ ବ୍ୟବସ୍ଥା, ବାଦ୍ୟଯନ୍ତ୍ର ଓ ବାଦ୍ୟ କଳାକାରଙ୍କ ପାଇଁ ଆବଶ୍ୟକ ସୁବିଧା ତଥା ପ୍ରତିଯୋଗୀ ଓ ସଙ୍ଗୀତ ସନ୍ଧ୍ୟାର ପ୍ରତିଯୋଗୀଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ଆୟୋଜକ ମଣ୍ଡଳୀ ସଭାପତି ଭିକାରୀ ଗୁରୁ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: କଣ୍ଟାବାଞ୍ଜି ଜେଲର ମୁଲାକାତ ରେଜିଷ୍ଟର ଜବତ କଲା କ୍ରାଇମବ୍ରାଞ୍ଚ

ତିନୋଟି ପର୍ଯ୍ୟାୟରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି । କୃତି ପ୍ରତିଯୋଗୀଙ୍କୁ ନଗଦ ଅର୍ଥ ପୁରସ୍କାର ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଏହି ସଙ୍ଗୀତ ସନ୍ଧ୍ୟାରେ ପୁଣି ପଶ୍ଚିମ ଓଡ଼ିଶାର ଲାଳିତ୍ୟଭରା ଲୋକଗୀତର ସ୍ୱର ଶୁଣିବା ପାଇଁ ଦେଖଣାହାରୀଙ୍କ ବର୍ଷ ତମାମର ଅପେକ୍ଷା ପୂରଣ ହେବ ବୋଲି ଆୟୋଜକ ମଣ୍ଡଳୀ କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details