ଓଡିଶା

odisha

ଶ୍ରାବଣର ପ୍ରଥମ ସୋମବାର, ଖାଁ ଖାଁ ବାବା ଅଷ୍ଟଶମ୍ଭୁ ମନ୍ଦିର

By

Published : Jul 26, 2021, 12:31 PM IST

ଆଜି ଶ୍ରାବଣର ପ୍ରଥମ ସୋମବାର । କିନ୍ତୁ ଖାଁ ଖାଁ ସୁବର୍ଣ୍ଣପୁର ସହରର ବାବା ଅଷ୍ଟଶମ୍ଭୁ ମନ୍ଦିର । ଅଧିକ ପଢନ୍ତୁ...

ଶ୍ରାବଣର ପ୍ରଥମ ସୋମବାର, ଖାଁ ଖାଁ ବାବା ଅଷ୍ଟ ଶମ୍ବୁଙ୍କ ମନ୍ଦିର
ଶ୍ରାବଣର ପ୍ରଥମ ସୋମବାର, ଖାଁ ଖାଁ ବାବା ଅଷ୍ଟ ଶମ୍ବୁଙ୍କ ମନ୍ଦିର

ସୁବର୍ଣ୍ଣପୁର:ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଆଜିର ଦିନରେ ଶୈବପୀଠ ଗୁଡିକରେ କାଉଡିଆଙ୍କ ଭିଡ ଜମେ । କିନ୍ତୁ କୋରୋନା ମହାମାରୀ ପାଇଁ ଜନଶୂନ୍ୟ ହୋଇପଡିଛି ମନ୍ଦିର ପରିସର । ମହାମାରୀ କୋରୋନା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଦେବାଦେବୀଙ୍କ ଦର୍ଶନ ମନା କରାଯାଇଥିବା ବେଳେ ସକାଳୁ ସକାଳୁ ସେବାୟତମାନେ ନୀତିକାନ୍ତି ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଶ୍ରାବଣର ପ୍ରଥମ ସୋମବାର, ଖାଁ ଖାଁ ବାବା ଅଷ୍ଟ ଶମ୍ବୁଙ୍କ ମନ୍ଦିର

ତେବେ ସହରର ମହାନଦୀ ଓ ତେଲନଦୀ ସଂଗମରେ ଶ୍ରଦ୍ଧାଳୁ ମାନେ ସ୍ନାନ କରି ଶୈବ ପୀଠଗୁଡିକରେ ପାଚେରୀ ବାହାରେ ମୁଣ୍ଡିଆମାରି ଘରକୁ ଫେରିଛନ୍ତି । ଏନେଇ ଆଜି ସହରର ଅଷ୍ଟ ଶମ୍ଭୁଙ୍କ ପାବନ ପୀଠ ଖାଁ ଖାଁ ହୋଇପଡିଥିଲା । ସେହିପରି ପ୍ରାଚୀନ ଶୈବପୀଠ ବାବା ରାମେଶ୍ବର ,ସୁବର୍ଣ୍ଣମେରୁ ,ଗୋକର୍ଣ୍ଣେଶ୍ବର ,ପଶ୍ଚିମ ସୋମନାଥ ଆଦି ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିନଥିଲା । ସେବାୟତମାନେ ପାରମ୍ପରୀକ ରୀତିନୀତିରେ ସେବା ପୂଜା ସମାପନ କରି ମନ୍ଦିର ଗୁଡିକର ପ୍ରବେଶ ଦ୍ବାରଗୁଡିକୁ ବନ୍ଦ କରି ଦେଇଥିଲେ । ତେବେ ଜିଲ୍ଲାର ଗୋଧନେଶ୍ବର ,ଚରଦାର କପିଳେଶ୍ବର ,ବୈଦ୍ୟନାଥର କୋଶଳେଶ୍ବର ଆଦି ମନ୍ଦିରରେ ବି ଶ୍ରଦ୍ଧାଳୁ ମାନେ ଦର୍ଶନ କରିବାରେ ବଞ୍ଚିତ ହୋଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details