ଓଡିଶା

odisha

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପ୍ରଶିକ୍ଷଣ

By

Published : Jun 19, 2022, 4:58 PM IST

ସୁବର୍ଣ୍ଣପୁର ସହରର ରାମେଶ୍ବର ନିକଟରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପ୍ରଶିକ୍ଷଣ
ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପ୍ରଶିକ୍ଷଣ

ସୁବର୍ଣ୍ଣପୁର: ସହରର ରାମେଶ୍ବର ନିକଟରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ଆୟୋଜିତ ହୋଇଯାଇଛି । ଦୈବୀ ଦୁର୍ବିପାକ ଓ ବନ୍ୟା ସମୟରେ ଜନସାଧାରଣଙ୍କ ଜନଜୀବନ ସୁରକ୍ଷା କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପ୍ରଶିକ୍ଷଣ

ବିଶେଷ କରି ଆକସ୍ମିକ ବନ୍ୟା ସମୟରେ ଧନଜୀବନର ସୁରକ୍ଷା କରିବା ପାଇଁ ସାଧାରଣ ସାମଗ୍ରୀ କିଛି ନେଇ କିଭଳି କାର୍ଯ୍ୟ କରାଯାଇ ପାରେ ସେ ସମ୍ପର୍କରେ ସ୍ବେଛାସେବୀ ଓ ସରକାରୀ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ବନ୍ୟା ବିଭୀଷିକାରୁ ମୁକ୍ତି ପାଇବା ସହିତ ବନ୍ୟା ନିୟନ୍ତ୍ରଣ ପାଇଁ ସରକାର କରୁଥିବା ଯୋଜନାରେ କିଭଳି ଜନସାଧାରଣ ସହଭାଗିତା କରିପାରିବେ ସେସମ୍ପର୍କରେ ଆଜି(ରବିବାର) ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଆଲୋଚନା କରିଥିଲେ । ଅଗ୍ନିଶମ କର୍ମଚାରୀ ମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ସମେତ ବିଭିନ୍ନ ବ୍ଳକର ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details