ଓଡିଶା

odisha

ETV Bharat / state

ଚାଷ ଜମିରେ ଅଗ୍ନିକାଣ୍ଡ; ପୋଡିଗଲା ସମସ୍ତ ଫସଲ

ବ୍ୟାପକ ପରିମିତିର ଚାଷରେ ଅଗ୍ନିକାଣ୍ଡ । ପୋଡିଗଲା ସମସ୍ତ ଫସଲ । ତେବେ କେହି ଜଣେ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି ।

By

Published : Jun 2, 2019, 8:59 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହୋଇଗଲା ବ୍ୟାପକ ପରିମିତିର ଚାଷଜମି । ରବି ଋତୁର ଧାନ ସବୁ ନଷ୍ଟ ହୋଇଯାଇଥିବା ବେଳେ କେହି ଜଣେ ଏଭଳି କାଣ୍ଡ ଘଟାଇଥିବାର ଜଣାପଡିଛି । ସୁବର୍ଣ୍ଣପୁର ବିନିଆ ଅଞ୍ଚଳର ଚୌକିଯାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଚାଷ ଜମିରେ ନିଆଁ ଲାଗିବା ଫଳରେ ଉକ୍ତ ଅଞ୍ଚଳରେ ଧୂଆଁଳିଆ ପରିବେଶ ସୃଷ୍ଚି ହୋଇଥିଲା । ଯାହାର ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗ୍ରୀଷ୍ମ ଋତୁ ହୋଇଥିବାବେଳେ ସଂଧ୍ୟାରେ ପବନ ବୋହୂଥିବାରୁ ନିଆଁ ଖୁବ ଶୀଘ୍ର ବ୍ୟାପିବାରେ ଲାଗିଥିଲା ।

ସେପଟେ, ରବି ଋତୁର ଅମଳ ଧାନ ବିଭିନ୍ନ ଚାଷଜମିର ଖଳାରେ ଥିବାରୁ ଚାଷୀମାନେ ନିଆଁ ପାଇଁ ଭୟଭୀତ ହୋଇ ପଡିଛନ୍ତି । ଚୌକିଯାର ପାଖ କୋଲପଡା, ଚରଦା, ଫୁଲମୁଠି, ସୋହେଲା ତଥା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ରହେଲା, ଭ୍ରମରପାଲି ଗାଁ ଗୁଡିକରେ ଲୋକେ ଏ ନେଇ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details