ସୁବର୍ଣ୍ଣପୁର: ହାତରେ ଭିକ୍ଷା ଥାଳି ସାଙ୍ଗକୁ ନିରୀହ ଦୁଇ ନାତି ନାତୁଣୀଙ୍କୁ ଧରି ଭିକ ମାଗୁଛନ୍ତି ବୃଦ୍ଧ । ଭିକ ମାଗିବାକୁ କାହାକୁ ବା ଭଲ ଲଗେ । କିନ୍ତୁ କରିବେ ବା କଣ । ଭିକ୍ଷାବୃତ୍ତି କରିବାକୁ ଆତ୍ମସମ୍ମାନ ବାଧା ଦେଉଥିଲେ ମଧ୍ୟ ରୋଗୀଣା ପୁଅ ପାଇଁ ଏସବୁ କରିବାକୁ ବାଧ୍ୟ ହେଉଛନ୍ତି ବୃଦ୍ଧ । ତାଙ୍କର ରୋଜଗାରିଆ ରୋଗିଣା ପୁଅକୁ ବଞ୍ଚାଇବା ପାଇଁ ଭିକ୍ଷା କରୁଛନ୍ତି ଏମାନେ ।
ଏ କରୁଣ ଦୃଶ୍ୟଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଚମ୍ପାମାଳ ପଞ୍ଚାୟତ ଅନ୍ତର୍ଗତ ହନୁମାନପାଲି ଗ୍ରାମର । ଗାଁର ଦଶରଥ ମେହେର ତାଙ୍କ ପୁଅ ସୌମିତ୍ରୀକୁ ବଞ୍ଚାଇବା ପାଇଁ ସାଙ୍ଗରେ ନାତି ନାତୁଣୀଙ୍କୁ ଧରି ଘର ଘର ବୁଲି ଭିକ୍ଷା ମାଗୁଛନ୍ତି । ସୌମିତ୍ରୀ ଆଜକୁ ଦୁଇ ବର୍ଷ ଧରି କ୍ୟାନସରରେ ପୀଡିତ ଅଛନ୍ତି । ସେ ବମ୍ବେ ଯାଇ 9 ମାସ ରହି ସାମାନ୍ୟ ଭଲ ହେଇଥିଲେ । ଡାକ୍ତର ତାଙ୍କୁ ଦୁଇ ମାସ ପରେ ଆସିବା ପାଇଁ କହିଥିଲେ । କିନ୍ତୁ ତାଙ୍କ ପାଖରେ ଯାହା କିଛି ସମ୍ବଳ ଥିଲା ସେସବୁ ଔଷଧ ଖର୍ଚ୍ଚରେ ସରିଯାଇଛି ।