ସୁବର୍ଣ୍ଣପୁର: ଡଙ୍ଗା ବୁଡି ବାପ ଓ ପୁଅ ମୃତ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀରେ ଡଙ୍ଗା ବୁଡି ବାପ ଓ ପୁଅର ମୃତ୍ୟୁ ଘଟିଥିବା ଜଣାପଡିଛି ।
ସହରର ସୁଲେମାନ ଖାଁଙ୍କ ପରିବାରର ତିନିଜଣ ସଦସ୍ୟ ମହାନଦୀ ମଝିରେ ଥିବା ବାଇକାନୀ ମନ୍ଦିରକୁ ଡଙ୍ଗା ଯୋଗେ ବୁଲିବାକୁ ଯାଇଥିଲେ । ସଂନ୍ଧ୍ୟାରେ ଫେରିବା ସମୟରେ ଡଙ୍ଗାଟି ଓଲଟି ପଡି ବୁଡି ଯାଇଥିଲା ।