ଓଡିଶା

odisha

ETV Bharat / state

ଭୁଜାଲି ମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତ ଫେରାର

ଭୁଜାଲି ମାଡ଼ରେ ଯୁବକ ଗୁରୁତର । ପୂର୍ବ ଶତୃତାକୁ ନେଇ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଙ୍ଗମା ଗାଁରେ । ଅଧିକ ପଢ଼ନ୍ତୁ

By

Published : Oct 8, 2022, 7:27 PM IST

ଭୁଜାଲି ମାଡ଼ରେ ଯୁବକ ଗୁରୁତର
ଭୁଜାଲି ମାଡ଼ରେ ଯୁବକ ଗୁରୁତର

ସୁବର୍ଣ୍ଣପୁର :ଭୁଜାଲି ମାଡ଼ରେ ଯୁବକ ଗୁରୁତର (Fatal attack on young man)। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଙ୍ଗମା ଗାଁରେ (Subarnapur Fatal attack news )। ସୂଚନାନୁସାରେ ଏହି ଗାଁରେ ଭାଗିରଥୀ ଭୋଇ ଓ ବିରେନ୍ଦ୍ର ନାଗ ମଧ୍ୟରେ ବିବାଦ ରହିଥିଲା । ଦୀର୍ଘ ଦିନ ତଳେ ଉଭୟଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ବିବାଦ ଦେଖା ଦେଇଥିଲା । ପରବର୍ତ୍ତୀ ସମୟରେ ତାହା ଶତୃତାରେ ପରିଣତ ହୋଇଥିଲା ।

ଭୁଜାଲି ମାଡ଼ରେ ଯୁବକ ଗୁରୁତର

ଏହାକୁ ନେଇ ଭାଗିରଥୀ ସବୁବେଳେ ବରେନ୍ଦ୍ର ଉପରେ ରାଗ ରଖୁଥିଲା । ଏପରିକି ବିରେନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲା । ଆଜି ବିରେନ୍ଦ୍ର ଗାଁ ଭିତରକୁ ଯିବା ସମୟରେ ଭାଗିରଥୀ ବିରେନ୍ଦ୍ରକୁ ଭୁଜାଲିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ମାରିଥିଲା ।

ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିରେନ୍ଦ୍ର ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବିରେନ୍ଦ୍ରଙ୍କ ପରିବାରକୁ ଖବର ଦେଇଥିଲେ । ଏହାପରେ ଥାନାକୁ ଫୋନ କରି ଜଣାଇଥିଲେ । ଖବରପାଇ ପୋଲିସ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପରିବାର ଲୋକେ ଗୁରୁତର ବିରେନ୍ଦ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ବିରେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବିରେନ୍ଦ୍ରଙ୍କ ପରିବାର ଲୋକେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ଅଭିଯୁକ୍ତ ଭାଗିରଥୀକୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details