ଓଡିଶା

odisha

ETV Bharat / state

କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ - ସୁବର୍ଣ୍ଣପୁରରେ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ

କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ୟୁରିଆ ସାରର କଳା ବଜାରୀ ନେଇ ଗର୍ଜିଲେ ଚାଷୀ । ଅଧିକ ପଢନ୍ତୁ...

Farmers' union protest in front of the collector office
କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

By

Published : Sep 9, 2020, 2:35 PM IST

ସୁବର୍ଣ୍ଣପୁର : କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । କୃଷକ ସଙ୍ଗଠନର ସଭାପତିଙ୍କ ନେତୃତ୍ବରେ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ସୁବର୍ଣ୍ଣପୁରଜିଲ୍ଲାରେ ୟୁରିଆ ସାରର ଭୟଙ୍କର ଅଭାବ ଦେଖାଦେଇଛି। ସାରର କଳାବଜ଼ାରୀ ହେବା ସହିତ ସାର ଯୋଗାଣ ସଂସ୍ଥା ଓ ବ୍ୟକ୍ତିମାନେ ଦୁର୍ନୀତିରେ ଲିପ୍ତ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନେ ଚଢା ଦରରେ ୟୁରିଆ ସାର କିଣୁଛନ୍ତି ।

କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ସେହିପରି ଗତ ବନ୍ୟାରେ ଚାଷ ବେଶ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଯାଏଁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ତେବେ ତିନିଦିନ ଭିତରେ ପର୍ଯ୍ୟାପ୍ତ ୟୁରିଆ ସାର ଯୋଗାଇ ଦେବା ସହିତ ଚାଷୀମାନଙ୍କୁ ବନ୍ୟା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଭୟାବହ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହାସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା , ଇଟିଭି ଭାରତ

For All Latest Updates

ABOUT THE AUTHOR

...view details