ସୁବର୍ଣ୍ଣପୁର: କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୁବର୍ଣ୍ଣପୁର ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ଟିମ କୃଷି ଓ କୃଷକର ଉନ୍ନତି ବିଷୟରେ ଆଲୋଚନା, ମତ ବିନିମୟ ଓ ସମୀକ୍ଷା କରିଛନ୍ତି।
ପରିଷଦର ଅଧ୍ୟକ୍ଷ ଆର କେ ସାମନ୍ତଙ୍କ ନେତୃତ୍ବରେ ଆସିଥିବା ବୈଜ୍ଞାନିକ ମଣ୍ଡଳୀ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଥିବା ସମନ୍ବିତ କୃଷି ପ୍ରକଳ୍ପ ସବୁ ବୁଲି ଦେଖିଛନ୍ତି। ସୁବର୍ଣ୍ଣପୁର ଓ ବୌଦ୍ଧ କେଭିକେର କୃଷି ଵିଜ୍ଞାନୀ ଓ ଅଗ୍ରଣୀ ଚାଷୀଙ୍କ ସହିତ କୃଷି ଅର୍ଥନୀତିକୁ ନେଇ ମତ ବିନିମୟ କରିଛନ୍ତି।