ସୁବର୍ଣ୍ଣପୁର: 7 ଦଫା ଦାବି ପୂରଣ ନେଇ ସୁବର୍ଣ୍ଣପୁର ଜିଲ୍ଲା କୃଷକ ବିକାଶ ସମନ୍ବୟ ସମିତି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଭାପତି ରାଜେନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।
ଗତ ଖରିଫର ଫସଲ ବୀମା ଅର୍ଥରାଶି ପ୍ରଦାନ, ଫସଲ ବୀମାର ଘରୋଇକରଣ ବନ୍ଦ କରିବା, ସ୍ବାମୀନାଥନ କମିଟି ସୁପାରିଶ ଅନୁଯାୟୀ ଧାନର ସହାୟକ ମୂଲ୍ୟ ବୃଦ୍ଧି, ମଣ୍ଡି ବ୍ୟବସ୍ଥା ବିକେନ୍ଦ୍ରିକରଣ, ଚାଷୀଙ୍କୁ ଵୋନସ ପ୍ରଦାନ ଆଦି 7 ଦଫା ଦାବି ପୂରଣ ନେଇ ଶତାଧିକ ଚାଷୀଙ୍କ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି।