ଓଡିଶା

odisha

ETV Bharat / state

ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀଙ୍କ ପ୍ରତିବାଦ

ଧାନ ସଂଗ୍ରହ ପ୍ରକ୍ରିୟାରେ ବିଭିନ୍ନ ଦାବି ନେଇ ପଶ୍ଚିମ ଓଡିଶାର କୃଷକ ସଙ୍ଗଠନ ସମନ୍ବୟ ସମିତିର ଡାକରାରେ ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀଙ୍କ ପ୍ରତିବାଦ । ଅଧିକ ପଢନ୍ତୁ...

By

Published : Dec 5, 2020, 5:45 PM IST

ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀଙ୍କ ପ୍ରତିବାଦ
ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀଙ୍କ ପ୍ରତିବାଦ

ସୁବର୍ଣ୍ଣପୁର: ଧାନ ସଂଗ୍ରହ ପ୍ରକ୍ରିୟାରେ ବିଭିନ୍ନ ଦାବି ନେଇ ଚାଷୀଙ୍କ ରାସ୍ତା ଅବରୋଧ । ପଶ୍ଚିମ ଓଡିଶାର କୃଷକ ସଙ୍ଗଠନ ସମନ୍ବୟ ସମିତିର ଡାକରାରେ ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଶନିବାର ସୁବର୍ଣ୍ଣପୁର-ରେଢାଖୋଲ ମୁଖ୍ୟ ରାସ୍ତାର ଉଫୁଲା ଛକଠାରେ ରାସ୍ତା ଅବରୋଧ କରାଯାଇଛି । ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରତିବାଦ କରିବା ସହ ରାସ୍ତା ରୋକ କରିଛନ୍ତି । ରାଜ୍ୟ ସରକାର ଚାଷୀମାନଙ୍କୁ ଧାନ ବିକ୍ରି କରିବା ପାଇଁ ଟୋକନ ବ୍ୟବସ୍ଥା ଭୁବନେଶ୍ବରରୁ ନ କରି ଜିଲ୍ଲା ସ୍ତରରେ ଟୋକନ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରାଯାଇଛି ।

ରାସ୍ତା ଉପରେ ଧାନ ବସ୍ତା ରଖି ଚାଷୀଙ୍କ ପ୍ରତିବାଦ

ସେହିପରି ଫସଲ ଅମଳ ରିପୋର୍ଟ ଆଧାରରେ ଧାନ ବିକ୍ରି କରିବା ପାଇଁ ପଦକ୍ଷେପ ନେବା, ଅଣଜଳସେଚିତ ଅଞ୍ଚଳରେ ରାଜ୍ୟ ସରକାର ଏକର ପିଛା 13 କ୍ବିଇଣ୍ଟାଲ ବଦଳରେ 17 କ୍ବିଇଣ୍ଟାଲ ଧାନ ବିକ୍ରି ପାଇଁ ଅନୁମତି ପ୍ରଦାନ କରିବା ଓ ଜଳସେଚିତ ଅଞ୍ଚଳରେ 25 କ୍ବିଇଣ୍ଟାଲ ପାଇଁ ଅନୁମତି ଦେବା ସହ ବିନା କଟନୀ ଛଟନୀରେ ଧାନ କିଣିବା ଆଦି ଦାବି ରଖିଛି କୃଷକ ସଙ୍ଗଠନ ।

ରାସ୍ତା ରୋକ ଫଳରେ ସୁବର୍ଣ୍ଣପୁର-ରେଢାଖୋଲ, ବିରମହାରାଜପୁର-ସମ୍ବଲପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପଟରେ ଶହ ଶହ ଗାଡି ମଟର ଅଟକି ରହିଛି । ଦାବି ପୂରଣ ନ ହେବା ଯାଏଁ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details