ଓଡିଶା

odisha

ETV Bharat / state

ଆଠ ଦଫା ଦାବି ନେଇ ଚାଷୀଙ୍କ ରାଜପଥ ଅବରୋଧ - ଚାଷୀ ସମସ୍ୟା

ସୁବର୍ଣ୍ଣପୁର କୃଷକ ସଙ୍ଗଠନ ପକ୍ଷରୁ ଆଠ ଦଫା ଦାବି ନେଇ ସୋନପୁର-ସମ୍ବଲପୁର ରାଜପଥ ଅବରୋଧ । ତୁରନ୍ତ ଦାବି ପୂରଣ କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲା ପ୍ରଶାସନକୁ ଚାଷୀଙ୍କ ଧମକ । ଅଧିକ ପଢନ୍ତୁ...

ଆଠ ଦଫା ଦାବି ନେଇ ଚାଷୀଙ୍କ ରାଜପଥ ଅବରୋଧ
ଆଠ ଦଫା ଦାବି ନେଇ ଚାଷୀଙ୍କ ରାଜପଥ ଅବରୋଧ

By

Published : Jun 11, 2021, 1:12 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ରବି ଋତୁ ଧାନ ବିକ୍ରିରେ ଅଚଳାବସ୍ଥା ଲାଗି ରହିଛି । ଏହାର ସମାଧାନ ଦାବିରେ ଶେଷରେ ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି । ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଉଲୁଣ୍ଡା ବ୍ଲକ ହିକୁଡି ଛକରେ 12 ଘଣ୍ଟିଆ ରାସ୍ତାରୋକ କରାଯାଇଛି । ଚାଷୀମାନେ ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଜିଲ୍ଲା କୃଷକ ସଙ୍ଗଠନ ଉପସଭାପତି ବୈକୁଣ୍ଠ ନାଥ ଶତପଥୀଙ୍କ ନେତୃତ୍ୱରେ ଚାଷୀମାନେ ଆଠ ଦଫା ଦାବି ନେଇ ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଠ ଦଫା ଦାବି ନେଇ ଚାଷୀଙ୍କ ରାଜପଥ ଅବରୋଧ

ଚାଷୀ ଧାନ ଚାଷ କରିଥିବା ସମ୍ପୂର୍ଣ୍ଣ ଜମିର ପଞ୍ଜିକରଣ, ଚାଷୀ ପଞ୍ଜିକରଣରେ ଭାଗ ଚାଷୀଙ୍କ ନାମ ସାମିଲ, ଭାଗ ଚାଷୀଙ୍କ ନାମ ସାମିଲ ପରେ ପୁନଃ ପଞ୍ଜିକରଣ, ମିଲର ଓ ପେକ୍ସ ମଧ୍ୟରେ ଦଲାଲ ରାଜ ବନ୍ଦ, ଏଫଏକ୍ୟୁ ମାନ ଧାନ ଆଳ ଦେଖାଇ ଚାଷୀଙ୍କ ଠାରୁ କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ଧାନ କ୍ରୟ ବେଳେ ଚାଷୀଙ୍କ ଅଖା ବସ୍ତା, ପଲିଥିନ ବସ୍ତା ଫେରସ୍ତ କରିବା ଇତ୍ୟାଦି ଦାବିରେ ଚାଷୀ ଆନ୍ଦୋଳନ ଜୋର ଧରିଛି ।

ସେପଟେ ତୁରନ୍ତ ଦାବି ପୂରଣ କରାନଗଲେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚାଷୀମାନେ ଜିଲ୍ଲା ପ୍ରଶାସନକୁ ଧମକ ଦେଇଛନ୍ତି । ଏ ଯାଏଁ ରାସ୍ତାରୋକ ସ୍ଥାନକୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାବେଳେ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details