ଓଡିଶା

odisha

ETV Bharat / state

ଟୋକନ ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ - Farmer's protest in subarnapur

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକରେ ଧାନ ବିକ୍ରି କରିବା ପାଇଁ ଟୋକନ ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Farmer's protest in front of collector's residence demanding tokens for selling paddy
ଟୋକନ ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

By

Published : Nov 24, 2020, 3:01 PM IST

ସୁବର୍ଣ୍ଣପୁର:ଜିଲ୍ଲାର ବିନିକା ବ୍ଲକ ଚରଦା ଗ୍ରାମର ଚାଷୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ ବାସଭବନରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାନ ବିକ୍ରି ପାଇଁ ତୁରନ୍ତ ଟୋକନ ପ୍ରଦାନ କରିବା ଦାବି କରି ଏହି ଆନ୍ଦୋଳନ ହୋଇଥିବା ସୂଚନା ମିଳିଛି ।

ଟୋକନ ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ଚାଷୀମାନେ ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ତୁରନ୍ତ ଟୋକନ ଯୋଗାଇ ଦେବା ଦାବି କରି ମଙ୍ଗଳବାର ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ । ଜିଲ୍ଲାରେ ଧାନ କ୍ରୟ ଆରମ୍ଭ ହୋଇ ଯାଇଥିବା ବେଳେ ମାସକ ପରେ ଅନେକ ଚାଷୀ ବିକ୍ରି କରିବା ପାଇଁ ଟୋକନ ପାଇଛନ୍ତି । ତେବେ ଉତ୍ପାଦିତ ଧାନ ବିକ୍ରି କଲେ ପୁଣି ରବି ଚାଷରେ ଖର୍ଚ୍ଚ କରିବେ ବୋଲି ଚାଷୀମାନେ କହିଛନ୍ତି ।

ଉତ୍ପାଦନ ଧାନର ମୂଲ୍ୟ ତୁରନ୍ତ ପାଇଲେ ପରିବାର ଖର୍ଚ୍ଚ ସହିତ ଚାଷ ଖର୍ଚ୍ଚ ତୁଲାଇ ପାରିବେ ବୋଲି ଚାଷୀମାନେ ଦାବି କରିଥିଲେ । ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଚାଷୀମାନଙ୍କ ପାଖରେ ଅମଳ ଧାନ ଦୁଇ ମାସ ଗଚ୍ଛିତ ରଖିବା ପାଇଁ ସମସ୍ୟା ଦେଖା ଦେଉଛି । ତେଣୁ ଚାଷୀଙ୍କ ପାଖରୁ ତୁରନ୍ତ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details