ଓଡିଶା

odisha

ETV Bharat / state

କୃଷି ଆଇନ ବିରୋଧରେ ସୁବର୍ଣ୍ଣପୁରରେ ଚାଷୀଙ୍କ ଧାରଣା - କୃଷି ଆଇନ ବିରୋଧରେ ଚାଷୀଙ୍କ ଧାରଣା

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

Farmer's protest against Farm bill in Subarnapur
କୃଷି ଆଇନ ବିରୋଧରେ ସୁବର୍ଣ୍ଣପୁରରେ ଚାଷୀଙ୍କ ଧାରଣା

By

Published : Dec 14, 2020, 3:18 PM IST

ସୁବର୍ଣ୍ଣପୁର:କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ବିଲ ପ୍ରତିବାଦରେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ଧାରଣା ଦିଆଯାଇଛି । ଏହି ଆନ୍ଦୋଳନରେ ଜିଲ୍ଲାର ବିଭିନ୍ନ କୃଷକ ସଙ୍ଗଠନର ସଭ୍ୟଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଓ କର୍ମୀମାନେ ସାମିଲ ହୋଇଥିଲେ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଧାରଣାରେ କେନ୍ଦ୍ର ସରକାରଙ୍କ କୃଷି ବିଲ ପ୍ରତ୍ୟାହୃତ କରିବା ପାଇଁ କୃଷକ ସଙ୍ଗଠନର କାର୍ଯ୍ୟକର୍ତ୍ତା ନିଜ ଦାବି ରଖିଥିଲେ । ଏହାସହିତ କୃଷି ଓ କୃଷକର ଉନ୍ନତି ପାଇଁ ସାତ ଦଫା ଦାବି ପୂରଣ କରିବା ପାଇଁ ଦାବିପତ୍ରରେ ଦର୍ଶାଯାଇଛି ।

କୃଷି ଆଇନ ବିରୋଧରେ ସୁବର୍ଣ୍ଣପୁରରେ ଚାଷୀଙ୍କ ଧାରଣା

ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀ ନେତାମାନେ ଧାରଣା ସମୟରେ ବିଭିନ୍ନ ସମସ୍ୟାଗୁଡିକୁ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ଲାଗି ରହିଥିବା ହାତୀ ଉପଦ୍ରବ, ଜଳସେଚନ ସମସ୍ୟା, ଅଚଳ ଉଠା ଜଳସେଚନଗୁଡିକୁ କାର୍ଯ୍ୟକ୍ଷମ କରିବା, କେନାଲ ମରାମତି କରିବା, ନଦୀ ନାଳଗୁଡ଼ିକରେ ଛୋଟ ଛୋଟ ଚେକ୍‌ ଡ୍ୟାମ ତିଆରି କରିବା ଆଦି ଚାଷୀ ନେତାମାନେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details