ଓଡିଶା

odisha

ETV Bharat / state

ଚାଷୀ ସମସ୍ୟା ନେଇ CSO କାର୍ଯ୍ୟାଳୟ ଘେରାଉ କଲା ସୁବର୍ଣ୍ଣପୁର ବିଜେପି - କାର୍ଯ୍ୟାଳୟ ଘେରାଉ

ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଚାଷୀଙ୍କ ସମସ୍ୟା ନେଇ CSO କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

ଚାଷୀ ସମସ୍ୟା: ଜିଲ୍ଲା ବିଜେପି ପକ୍ଷରୁ CSO କାର୍ଯ୍ୟାଳୟ ଘେରାଉ
ଚାଷୀ ସମସ୍ୟା: ଜିଲ୍ଲା ବିଜେପି ପକ୍ଷରୁ CSO କାର୍ଯ୍ୟାଳୟ ଘେରାଉ

By

Published : Jul 2, 2021, 5:05 PM IST

ସୁବର୍ଣ୍ଣପୁର:ବିଜେପି ପକ୍ଷରୁ ଜିଲ୍ଲାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଜିଲ୍ଲାରେ ଚାଷୀଙ୍କ ସମସ୍ୟା ସମାଧାନ ହେଉ ନ ଥିବାରୁ ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଏହି ଘେରାଉ କରାଯାଇଛି ।

ଚାଷୀ ସମସ୍ୟା: ଜିଲ୍ଲା ବିଜେପି ପକ୍ଷରୁ CSO କାର୍ଯ୍ୟାଳୟ ଘେରାଉ

ସମସ୍ତ ପଞ୍ଚୀକୃତ ଚାଷୀଙ୍କ ଠାରୁ ସବୁ ବଳକା ଧାନ ସଂଗ୍ରହ କରିବା, ସମସ୍ତ ଲ୍ୟାପ୍ସ ଟୋକନ ପୁନଃ କାର୍ଯ୍ୟକ୍ଷମ କରିବା, ରବି ଧାନ କ୍ରୟ ସମୟ ସୀମା ଆଗାାମୀ ଜୁଲାଇ 15 ପର୍ଯ୍ୟନ୍ତ ବର୍ଦ୍ଧିତ କରିବା, ଚାଷୀଙ୍କୁ ଅଧିକ ବୋନସ ପ୍ରଦାନ କରିବା ଆଦି ଦାବି କରି ଏହି ଆନ୍ଦୋଳନ କରାଯାଇଛି । ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ନେତୃତ୍ବରେ ବିଜେପି କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନ କରିଛନ୍ତି ।

ଏମାନେ ସ୍ଥାନୀୟ DRDA ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ସିଏସଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ତୁରନ୍ତ ଚାଷୀଙ୍କ ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details