ଓଡିଶା

odisha

ETV Bharat / state

ଖଳାରେ ପଡିରହିଛି ଧାନ, ଟୋକନ ପାଇଁ ହୋଇପାରୁନି ବିକ୍ରି

କନ୍ଦାଉଛି ଟୋକନ ବ୍ୟବସ୍ଥା। ଅମଳ କରି ଚାଷୀଖଳାରେ ଧାନ ଗଛିତ ରଖିଥିଲେ ସୁଦ୍ଧା କରିପାରୁନାହିଁ ବିକ୍ରି। ଏସବୁ ଅବ୍ୟବସ୍ଥା ମୂଳରେ ସରକାର ଲାଗୁକରିଥିବା ଟୋକନ ବ୍ୟବସ୍ଥା ହିଁ ପ୍ରମୁଖ କାରଣ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଚାଷୀ।

ଟୋକନ ପାଇଁ ହୋଇ ପାରୁନାହିଁ ବିକ୍ରି
ଟୋକନ ପାଇଁ ହୋଇ ପାରୁନାହିଁ ବିକ୍ରି

By

Published : Dec 9, 2019, 11:54 PM IST

ସୁବର୍ଣ୍ଣପୁର: ଧାନ ଅମଳ ସରଥିଲେ ସୁଦ୍ଧା ଏବେବି ଖଳାରେ ପଡ଼ି ରହିଛି। ହେଲେ ଏବେବି ଖରିଫ ଋତୁ ଧାନ ବିକ୍ରି କରିପାରୁନି ଚାଷୀ। ଧାନବିକ୍ରି କରିନଥିବାରୁ ରବି ଋତୁ ପାଇଁ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରି ପାରୁନାହିଁ। ଯାହାକୁ ନେଇ ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ। ଏସବୁ ଅବ୍ୟବସ୍ଥାର ମୂଳରେ ସରକାର ଲାଗୁକରିଥିବା ଟୋକନ ବ୍ୟବସ୍ଥା ହିଁ ପ୍ରମୁଖ କାରଣ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଚାଷୀ । ପ୍ରଚଳିତ ଟୋକାନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସେମାନେ ଦାବି କରିଛନ୍ତି।

ଅମଳ ପରେ ବି ଖଳାରେ ଧାନ, ଟୋକନ ପାଇଁ ହୋଇ ପାରୁନାହିଁ ବିକ୍ରି

ଗୋଟିଏ ପଟେ ଟୋକନ ବ୍ୟବସ୍ଥା ଲାଗୁ ହୋଇଥିବାବେଳେ ଅନ୍ୟପଟେ ଟୋକନ ପାଉନାହାଁନ୍ତି ଚାଷୀ। ଧାର କରଜ କରି ଖରିଫ ଚାଷ କରିଥିବା ଚାଷୀ ରବି ୠତୁରେ ଡାଲି ଓ ତୈଳବୀଜ ଚାଷ ପାଇଁ ମୂଲଧନ ବି ପାଉନାହିଁ। ଜିଲ୍ଲାର କ୍ଷେମାଲୋଏ ସମବାୟ ସେବା ସମିତି ଅଧୀନରେ ଥିବା ଚାଷୀ ଉତ୍ପାଦିତ ଦ୍ରବ୍ୟକୁ ଖଳାରେ ଗଛିତ ରଖିଛନ୍ତି। ସେପଟେ ବିଳମ୍ବରେ ଅଣଜଳସେଚିତ ଅଞ୍ଚଳରେ ଧାନ ହେଉଥିବାରୁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବା କହିଛନ୍ତି ଏଆରସିଏସ।

ପ୍ରଚଳିତ ଟୋକନ ବ୍ୟବସ୍ଥାରେ ସୁଧାର ଆଣିବା ସାଙ୍ଗକୁ ମଣ୍ଡି ଖୋଲିବାରେ ସରକାର ଯତ୍ନବାନ ହେବା ଜରୁରୀ । ନଚେତ ଦଲାଲ ହାତକୁ ଧାନ ଟେକିଦେଇ ଅଭାବୀ ବିକ୍ରିର ଶିକାର ହେବ ଚାଷୀ। ଏଭଳି ସ୍ଥଳେ ସରକାର ତୁରନ୍ତ ଟୋକନ ବ୍ୟବସ୍ଥାର ଅବ୍ୟବସ୍ଥା ଦୂର କରିବା ଆବଶ୍ଯକ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details