ସୁବର୍ଣ୍ଣପୁର:ରବି ଋତୁ ଧାନ କିଣାରେ ଜିଲ୍ଲାର ଚାଷୀ ଆର୍ଥିକ ଭାବେ ଶୋଷଣର ଶିକାର ହେଉଥିବା ବିଜେପି ଅଭିଯୋଗ କରିଛି । ଧାନ ମଣ୍ଡି ଗୁଡିକରେ କୁଇଣ୍ଟାଲ ପ୍ରତି ପାଞ୍ଚରୁ ଦଶ କେଜି ପର୍ଯ୍ୟନ୍ତ ଧାନ କାଟି ଦିଆଯାଉଛି । ରବି ଋତୁ ଧାନରେ ଟିକିଏ ଆର୍ଦ୍ରତା ରହୁଥିବାରୁ ଚାଷୀଙ୍କୁ ପାଞ୍ଚରୁ ସାତ କେଜି ପର୍ଯ୍ୟନ୍ତ ଧାନ କାଟିବା ସହିତ ବସ୍ତା ଓଜନ ପାଇଁ ପ୍ରାୟ ଦୁଇ କେଜି ଧାନ କାଟି ଦିଆଯାଉଛି ।
ରବି ଋତୁରେ ପ୍ରାୟ ପାଞ୍ଚ-ଛଅ କୋଟି ଟଙ୍କାର ଧାନ କିଣାରେ ଦୁର୍ନୀତି ହେଉଥିବା ବିଜେପି ଅଭିଯୋଗ କରିଛି । ଅଖା ବସ୍ତା ଓ ଜରି ବସ୍ତା ଓଜନରୁ ଅଧିକ ପରିମାଣର ଧାନ କାଟି ଦିଆଯାଉଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏକ ଜରି ବସ୍ତାର ଓଜନ ପ୍ରାୟ ୧୩୦ରୁ ୧୫୦ ଗ୍ରାମ ରହୁଥିବା ବେଳେ ପ୍ରାୟ ଏକରୁ ଦୁଇ କେଜି ଓଜନର ଧାନ ମଣ୍ଡିରେ କାଟି ଦିଆଯାଉଛି ।