ଓଡିଶା

odisha

ଚେକଡ୍ୟାମ ମରାମତି ଓ ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଚାଷୀ

ଜଳସେଚନ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ଭୂତଳ ଜଳ ସଂରକ୍ଷଣ କରିବା ପାଇଁ ଚେକଡ୍ୟାମ ପୁନଃ ନିର୍ମାଣ ଦାବି । ଭୂପୃଷ୍ଠ ଜଳ ଧାରଣ କ୍ଷମତା ବୃଦ୍ଧି କରିବା ପାଇଁ ତିଆରି ହୋଇଥିବା ଚେକଡ୍ୟାମ ଯୋଜନା ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଚାଷୀ । ଅଧିକ ପଢ଼ନ୍ତୁ

By

Published : Apr 6, 2023, 4:50 PM IST

Published : Apr 6, 2023, 4:50 PM IST

ରାଜ୍ୟର ଭାତହାଣ୍ଡି ସୁବର୍ଣ୍ଣପୁର
ରାଜ୍ୟର ଭାତହାଣ୍ଡି ସୁବର୍ଣ୍ଣପୁର

ଚେକଡ୍ୟାମ ନିର୍ମାଣରେ ବ୍ୟାପକ ଦୁର୍ନିତି ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଚାଷୀ

ସୁବର୍ଣ୍ଣପୁର: ଓଡିଶା ଏକ କୃଷି ପ୍ରଧାନ୍ୟ ରାଜ୍ୟ । ରାଜ୍ୟର ସବୁ ଜିଲ୍ଲାରେ ଅଧିକାଂଶ ଲୋକ କୃଷି ଉପରେ ବେଶ ନିର୍ଭରଶୀଳ । କୃଷି ବହୁଳ ଜିଲ୍ଲା ମଧ୍ୟରୁ ସୁବର୍ଣ୍ଣପୁର ଅନ୍ୟତମ । ଧାନଚାଷକୁ ଏହି ଜିଲ୍ଲାରେ ବେଶ ପ୍ରଧାନ୍ୟ ଦିଆଯାଏ । ଯାହା ଫଳେରେ ସୁବର୍ଣ୍ଣପୁରକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ । ଧାନ ସହିତ ଅଣଧାନ ଫସଲ ଓ ଅର୍ଥକାରୀ ଫସଲରେବି ଜିଲ୍ଲା ତାର ଆବଶ୍ୟକତା ପୂରଣ କରି ପାରୁଛି । ହେଲେ କୃଷି ଓ କୃଷକର ଉନ୍ନତି ପାଇଁ ତିଆରି ହେଉଥିବା ଯୋଜନାର ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନ ଥିବା ଅଭିଯୋଗ କରିଛନ୍ତି ଚାଷୀ । ଖରା ଦିନରେ ଜଳ । ଯୋଗାଣର ସମସ୍ୟା ଦେଖାଯାଉ ଥିବା ବେଳେ ବିଭିନ୍ନ ସମୟରେ ପାଣି ଅଭାବରେ ମରୁଡି ଦେଖିବାକୁ ମିଳିଛି । ଜଳସେଚନ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ଭୂତଳ ଜଳ ସଂରକ୍ଷଣ କରିବା ପାଇଁ ଚେକଡ୍ୟାମ ପୁନଃ ନିର୍ମାଣ ଦାବି ।

ଜିଲ୍ଲାର ଚାରୋଟି ବ୍ଳକର ଜଳସେଚନ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ଯକାରୀ ହେଉନଥିବା ଅଭିଯୋଗ କରିଛନ୍ତି ଚାଷୀ । ମରୁଡ଼ିଗ୍ରସ୍ତ ଚାଷ ଜମିକୁ ଜଳସେଚିତ କରିବା ପାଇଁ ଜିଲ୍ଲାରେ ଶହଶହ ଚେକ ଡ୍ୟାମ ନିର୍ମାଣ କରାଯାଇଛି । ନଦୀ ନାଳ ବହୁଳ ଜିଲ୍ଲାରେ ଭୂତଳ ଜଳ ସଂରକ୍ଷଣ ତଥା ଚାଷ ଜମିକୁ ଉତ୍ପାଦନକ୍ଷମ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଛୋଟଛୋଟ ନାଳ ଗୁଡିକରେ ଚେକ ଡ୍ୟାମ ନିର୍ମାଣ କରାଯାଇଥିଲା । ହେଲେ ଅଧିକାଂଶ ଚେକ ଡ୍ୟାମ ଅତି ଛୋଟ ଛୋଟ ନାଳ ଗୁଡିକ ଅବା ପଡିଆ ଭୂଇଁ ପରି ଯାଗାରେ ତିଆରି କରାଯାଇଥିବାରୁ ସେସବୁ ବ୍ୟବହାରକୁ ଆସି ପାରୁ ନାହିଁ । ବର୍ଷା ଦିନରେ ବି ଚେକ ଡ୍ୟାମଗୁଡିକରେ ପାଣି ରହୁ ନାହିଁ । ଚେକ ଡ୍ୟାମଗୁଡିକର ଉଭୟ ପାର୍ଶ୍ୱରେ ଆବଶ୍ୟକ କେନାଲ ବ୍ୟବସ୍ଥା ଅବା ମାଟି ହୁଡ଼ା ତିଆରି କରାଯାଇ ନଥିବାରୁ ଚେକ ଡ୍ୟାମ ଗୁଡ଼ିକରେ ପାଣି ରହୁ ନାଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଡ୍ୟାମ ଗୁଡ଼ିକର ଜଳଧାରଣ କ୍ଷମତା ବୃଦ୍ଧି କରିବା ପାଇଁ ପଂଚାୟତିରାଜ ବିଭାଗର ବୈଷୟୀକ ବିଭାଗ ଆବଶ୍ୟକ ହିଡ ନିର୍ମାଣ କରି ନ ଥିବାରୁ ଅଧିକାଂଶ ଚେକଡ୍ୟାମ ଶୁଖିଲା ରହିଛି । ଏପରିକି ଚେକ୍‌ ଡ୍ୟାମଗୁଡିକର ରକ୍ଷଣାବେକ୍ଷଣ କରାଯାଇ ନଥିବାରୁ ଅଧିକାଂଶ ଚେକଡ୍ୟାମ ମାଟିରେ ମିଶି ଗଲାଣି । ଟାଙ୍ଗରା ଭୂଇଁରେ ବି ଚେକଡ୍ୟାମ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ଚେକଡ୍ୟାମଗୁଡିକ ନିର୍ମାଣରେ ବ୍ୟାପକ ଦୁର୍ନିତି ହୋଇଥିବା ବି ଅଭିଯୋଗ ହେଉଛି । ତେବେ କୃଷି ଓ କୃଷକର ଉନ୍ନତି ପାଇଁ ନିର୍ମିତ ଚେକଡ୍ୟାମ ଗୁଡିକର ଉଚ୍ଚସ୍ତରୀୟ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀନେତା ବଳଦେବ ବେଦବାଗ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details