ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ଚାଷୀଙ୍କ ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ - subarnpur

ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା କୁମ୍ଭାରମୁଣ୍ଡା ଗ୍ରାମରେ ତେଲନଦୀରୁ ଏକ ମେଗା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ଦାବିରେ କୁମ୍ଭାରମୁଣ୍ଡା ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 26, 2019, 11:09 PM IST

ସୁବର୍ଣ୍ଣପୁର: ବିଭିନ୍ନ ଦାବି ନେଇ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ । ତେଲନଦୀରୁ ଏକ ମେଗା ଜଳସେଚନ ପ୍ରକଳ୍ପ କୁମ୍ଭାରମୁଣ୍ଡାରେ ପ୍ରତିଷ୍ଠା କରିବା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ କୁମ୍ଭାରମୁଣ୍ଡା ଗ୍ରାମ ପଞ୍ଚାୟତର ଚାଷୀ ମାନେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଚଳିତ ବର୍ଷ ତରଭା ବ୍ଳକରେ ଆବଶ୍ୟକ ପରିମାଣର ବର୍ଷା ହୋଇଥିଲା । ମାତ୍ର ଜୁଲାଇ ମାସରେ 141 ମିଲିମିଟର ବର୍ଷା ହୋଇଥିବାରୁ ହେକ୍ଟର ହେକ୍ଟର ଚାଷଜମିରେ ତଳି ଜଳି ଯିବାକୁ ବସିଲାଣି । ପାଣି ଅଭାବରୁ ଏଥର ରୁଆ ହୋଇପାରିନାହିଁ । ଏଥିସହ ଆଟ, ମାଳ ଓ ବେର୍ଣ୍ଣା କିସମର ଜମିରୁ ଚାଷୀ କିଛି ଅମଳ କରିବାର ଆଶା ମଉଳି ଯାଇଛି । ଫଳରେ ଚାଷଜମି ସବୁ ଉତ୍କଟ ମରୁଡିର ସମ୍ମୁଖୀନ ହୋଇଛି ।

ତେଣୁ ଫସଲ ବୀମା ପ୍ରଦାନ କରିବା ସହିତ ଚିର ମରୁଡି ପ୍ରପୀଡିତ କୁମ୍ଭାରମୁଣ୍ଡା ଗାଁରେ ଏକ ମେଗା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ଦାବିରେ ଚାଷୀନେତା ଗିରିଧାରୀ ଭୋଇଙ୍କ ନେତୃତ୍ବରେ ଶତାଧିକ ଚାଷୀ ଶୁକ୍ରବାର ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଚଳିତ ଖରିଫ ଋତୁକୁ ଚିର ମରୁଡି ଘୋଷଣା କରିବାକୁ ଦାବି କରିଥିଲେ । ଏଥିସହ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details