ଓଡିଶା

odisha

ETV Bharat / state

ଅନଲାଇନ ଟୋକନକୁ ଚାଷୀଙ୍କ ବିରୋଧ - farmer protest on online token

ଚଳିତବର୍ଷ ଅନଲାଇନ ଟୋକନ ବ୍ୟବସ୍ଥା କରିଥିବାରୁ ଚାଷୀମାନେ ଆବଶ୍ୟକ ସମୟରେ ଟୋକନ ପାଉନାହାଁନ୍ତି । ଫଳରେ ଚାଷୀ ଏହି ଅନଲାଇନ ଟୋକେନ ବ୍ୟବସ୍ଥାକୁ ହଟାଇବା ପାଇଁ ଦାବି କରିଛନ୍ତି ।

ଅନଲାଇନ ଟୋକନକୁ ଚାଷୀଙ୍କ ବିରୋଧ

By

Published : Nov 20, 2019, 6:18 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ଚଳିତ ଖରିଫ ୠତୁ ଧାନ ବିକ୍ରିର ଆରମ୍ଭରୁ ଚାଷୀ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଚଳିତବର୍ଷ ଅନଲାଇନ ଟୋକନ ବ୍ୟବସ୍ଥା କରିଥିବାରୁ ଚାଷୀମାନେ ଆବଶ୍ୟକ ସମୟରେ ଟୋକନ ପାଉନାହାଁନ୍ତି । କମ୍ପୁଟରରେ ଟୋକନ ଦିଆଯାଉଥିବାରୁ ଅନେକ ତ୍ରୁଟି ରହୁଛି । ଫଳରେ ଚାଷୀ ପୁରୁଣା ଟୋକନ ବ୍ୟବସ୍ଥା ଜାରି ରଖିବାକୁ ଦାବି କରିଛି ।

ଅନଲାଇନ ଟୋକନକୁ ଚାଷୀଙ୍କ ବିରୋଧ


ଚଳିତବର୍ଷ ଧାନ ବିକ୍ରୀ କରିବାରେ ଚାଷୀ ଆରମ୍ଭରୁ ହିଁ ଅସୁବିଧା ଭୋଗୁଛି । ଏଥର ଅନଲାଇନ ବ୍ୟବସ୍ଥାରେ ଟୋକନ ଦିଆଯାଉଥିବାରୁ ଟୋକନରେ ଅନେକ ତ୍ରୁଟି ରହୁଛି । ଫଳରେ ଚାଷୀ ନିଜ ଉତ୍ପାଦିତ ଧାନ ଅନେକ ବିଳମ୍ବରେ ବିକ୍ରି କରିବେ ବୋଲି ଅଭିଯୋଗ ହୋଇଛି । ଯେଉଁ ଚାଷୀ ଆଗରୁ ଧାନ ଅମଳ କରିଛି ସେ ଅନୁନ୍ୟ 15 ଦିନ ପରେ ଧାନ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଫଳରେ ଖଳା ମୁଣ୍ଡରୁ ମଣ୍ଡିକୁ ଯାଉଥିବା ଧାନ ଏବେ ଚାଷୀ ପାଖରେ ଗଚ୍ଛିତ ରହିବ। ଏଥିପାଇଁ ଚାଷୀ ପୁରୁଣା ଟୋକନ ବ୍ୟବସ୍ଥାରେ ଧାନ କ୍ରୟ କରିବା ପାଇଁ ଦାବି କରିଛି।


ଜିଲ୍ଲାର ସମବାୟ ସମିତି ଗୁଡ଼ିକ ଟୋକନ ପାଇଁ ମାସକୁ କେବଳ ଦୁଇ ଦିନ ଚାଷୀଙ୍କ ନାଁ ଦେବେ। ପ୍ରତ୍ୟେକ ମାସର ପ୍ରଥମ ଦିନ ଓ 15 ଦିନ ପରେ ଦ୍ଵିତୀୟ ଥର ପାଇଁ ପଠାଇବେ। ସେହିପରି ଅନଲାଇନରେ କେଉଁ ଚାଷୀ କେତେ କ୍ବୁଣ୍ଟାଲ ଧାନ ବିକ୍ରି କରିବ ତାହା ଟୋକନରେ ସମିତିକୁ ସୂଚନା ଦିଆଯିବ । ହେଲେ ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ସିନ୍ଦୁରପୁର ସମବାୟ ସମିତିର ଚେରୁପାଲି ଗାଁର ଚାଷୀ କାଳିଚରଣ ବେହେରା 100 କୁଇଣ୍ଟାଲ ଧାନ ବିକ୍ରି ପାଇଁ ଅନୁମତି ମାଗି ଥିବାବେଳେ ତିନି ଦିନରେ 300 କ୍ବୁଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଛନ୍ତି । ସେହିପରି 7 ଜଣ ଚାଷୀଙ୍କର ଟୋକନ ଆଜିଯାଏଁ ମିଳିନାହିଁ । ଅପରପକ୍ଷରେ ଏହି ଟୋକାନ ବ୍ୟବସ୍ଥାରେ ଚାଷୀ ସୁବିଧାରେ ଧାନ ବିକ୍ରି କରି ପାରିବେ ବୋଲି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ କହିଛନ୍ତି।


ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ଧାନ ଚାଷୀଙ୍କ ପାଖରୁ ସଂଗ୍ରହ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ନିହାତି ପ୍ରଶଂସନୀୟ । କିନ୍ତୁ ଅନଲାଇନ ବ୍ୟବସ୍ଥା ତ୍ରୁଟିଶୁନ୍ୟ ନହେଲେ ସମାଜକୁ ଆହାର ଯୋଗାଉ ଥିବା ଚାଷୀ ସବୁଥର ପରି ଏଥର ବି ଅଭାବୀ ବିକ୍ରିର ଶିକାର ହେବା ନିଶ୍ଚିତ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details