ଓଡିଶା

odisha

ETV Bharat / state

ରାସାୟନିକ ସାରର ଅଭାବ, ଚାଷ କାର୍ଯ୍ୟରେ ବିଳମ୍ବ - ଚାଷୀ

ସୁବର୍ଣ୍ଣପୁର ରାସାୟନିକ ସାରର ଅଭାବ । ଚାଷ କାର୍ଯ୍ୟରେ ବିଳମ୍ବ,ଚାଷୀ ହତାଶ । ଅଧିକ ପଢନ୍ତୁ...

ରାସାୟନିକ ସାରର ଅଭାବ ; ଚାଷ କାର୍ଯ୍ୟରେ ବିଳମ୍ବ
ରାସାୟନିକ ସାରର ଅଭାବ ; ଚାଷ କାର୍ଯ୍ୟରେ ବିଳମ୍ବ

By

Published : Aug 13, 2021, 2:40 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଚଳିତ ଖରିଫ ଋତୁ ଚାଷ କାର୍ଯ୍ୟ ପାଇଁ ରାସାୟନିକ ସାରର ଅଭାବ ଦେଖା ଦେଇଛି। ଚାଷୀ ଅକ୍ଷୟ ତୃତୀୟାରୁ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନିୟମିତ ବର୍ଷା ସାଙ୍ଗକୁ ବିହନ ଓ ରାସାୟନିକ ସାରର ଅଭାବ ଯୋଗୁଁ ଏଯାଏଁ ରୁଆ କାର୍ଯ୍ୟ ଶେଷ ହୋଇ ନାହିଁ। ତେବେ ସେବା ସମବାୟ ସମିତି ଗୁଡ଼ିକରୁ ବି ଚାଷୀ ଆବଶ୍ୟକ ରାସାୟନିକ ସାର ପାଉ ନାହାଁନ୍ତି। ଫଳରେ ସାରର ଅଭାଵରେ ଯୋଗୁଁ ଅନେକ ଚାଷୀଙ୍କ ଚାଷ କାର୍ଯ୍ୟ ଅଟକି ରହିଥିବା ବେଳେ କିଛି ଚାଷୀ ବିନା ସାରରେ ଚାଷ କାର୍ଯ୍ୟ କରୁଛନ୍ତି।

ରାସାୟନିକ ସାରର ଅଭାବ ; ଚାଷ କାର୍ଯ୍ୟରେ ବିଳମ୍ବ

ଆବଶ୍ୟକ ସାର ଅଭାବ ଯୋଗୁଁ ଅମଳ ବାଧାପ୍ରାପ୍ତ ହେବ ବୋଲି ଚାଷୀ ଅଭିଯୋଗ କରିଛି। ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଥିବା ବେଳେ ଶୁକ୍ରବାର ଜିଲ୍ଲା କୃଷକ ବିକାଶ ପରିଷଦ ପକ୍ଷରୁ ସାରର ଅଭାବ ଦୂରୀକରଣ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଜିଲ୍ଲା କୃଷକ ବିକାଶ ପରିଷଦର ବରିଷ୍ଠ ସଭ୍ୟ ବୈକୁଣ୍ଠ ଶତପଥୀଙ୍କ ନେତୃତ୍ୱରେ ଚାଷୀ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସହିତ ଆଲୋଚନା କରିଛନ୍ତି।

ଏବେ ଅଳ୍ପ ମାତ୍ରାରେ କାଦୁଅ ସାର ଆବଶ୍ୟକ ହେଉଥିବା ବେଳେ ଧାନ ଗଛ ବଢିବା ପାଇଁ ୟୁରିଆ ସାରର ଆବଶ୍ୟକତା ରହିଛି । ଯାହାବି ସାର ବଜାରରେ ମିଳୁଛି ଚାଷୀ ଅଧିକ ମୂଲ୍ୟ ଦେଇ କିଣିବାକୁ ପଡୁଛି। ତେବେ ଧାନ ଗଛ ପାଇଁ ଆବଶ୍ୟକ କରୁଥିବା ଦୁଇ ବୁଲିଆ ୟୁରିଆ ସାର ଅନ୍ତତଃ ମାସେ ଭିତରେ ଯୋଗାଇ ଦେବା ପାଇଁ ଚାଷୀ ନିବେଦନ କରିଛି। ଦାବି ପୂରଣ ପାଇଁ ପଶ୍ଚିମାଞ୍ଚଳ ରାଜସ୍ୱ କମିଶନରଙ୍କୁ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯାଇଛି । ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚାଷୀ ଚେତାବନୀ ଦେଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ

ABOUT THE AUTHOR

...view details