ଓଡିଶା

odisha

ETV Bharat / state

ଧାନ ଗଛ ନଷ୍ଟ କରୁଛି ମୂଷା, ଚିନ୍ତାରେ ଚାଷୀ - subarnapur news

ଚିନ୍ତାରେ ସୁବର୍ଣ୍ଣପୁର ଚାଷୀ । ଧାନ ଗଛ ନଷ୍ଟ କରୁଛି ମୂଷା । ଅମଳକ୍ଷମ ଧାନକୁ ରକ୍ଷା କରିପାରୁନି ଚାଷା ପୁଅ । ଅଧିକ ପଢନ୍ତୁ....

farmer problem  in subarnapur
ଚିନ୍ତାରେ ଚାଷୀ:ଧାନ ଗଛ ନଷ୍ଟ କରୁଛି ମୂଷା

By

Published : Sep 19, 2020, 12:07 PM IST

Updated : Sep 19, 2020, 12:18 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ପଡିଛି ଭାଳେଣି । ଚାଷ ପାଇଁ ପାଣିର ସିନା ଅଭାବ ନାହିଁ, ହେଲେ ରୋଗପୋକ ଦାଉରୁ ଧାନ ଫସଲକୁ ରକ୍ଷା କରିପାରୁନି ଚାଷୀ । ଅନେକ ସମୟରେ ଚାଷୀ ଭେଜାଲ କୀଟନାଶକ ଔଷଧ ହାବୁଡ଼ରେ ପଡି କ୍ଷତିଗ୍ରସ୍ତ ହେଉଛି । ଏବେ କିନ୍ତୁ ଚାଷୀଙ୍କୁ ଘାରିଛି ମୂଷା ଚିନ୍ତା। ଦଳ ଦଳ ମୂଷା ଧାନ ଗଛ ଗୁଡିକୁ ପୁରା ମୂଳରୁ ନଷ୍ଟ କରି ଦେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଧାନ ଗଛ ନଷ୍ଟ କରୁଛି ମୂଷା, ଚିନ୍ତାରେ ଚାଷୀ

ଅଧିକ ଅମଳକ୍ଷମ ଧାନ ଓ ଚାଷ ଜମି ଗୁଡିକରେ ମୂଷା ଉତ୍ପାତ କରୁଛନ୍ତି । ତେବେ ଧାନ କ୍ଷେତରେ ମୂଷା ବାସସ୍ଥାନ କିଛି ନୁଆଁ କଥା ନୁହେଁ। ଧାନ ବିଲରେ ପାଚିବା ସମୟରେ ମୂଷାମାନେ ଧାନ ଖାଇଥାନ୍ତି। ହେଲେ ଏବେ ଫସଲ ଧରିବା ସମୟ ଥିବା ବେଳେ ପୁରା ମୂଳରୁ ଗଛକୁ ନଷ୍ଟ କରି ଦେଉଛନ୍ତି। ଯାହାକୁ ନେଇ ଏବେ ଚାଷୀର ଚିନ୍ତା ବଢି ଯାଇଛି । ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ବାଙ୍କୀପାଲି, ବଳେନପାଲି, ତେଲିପାଲି ,ମହୁଲପାଲି , ଜୀବନ ଦାଦର ଓ ପଣ୍ଡକିଟାଲ ଗାଁରେ ମୂଷାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଚାଷୀମାନେ ରୋଗ ପୋକ ପାଇଁ ବିଭିନ୍ନ ପ୍ରକାରର କୀଟନାଶକ ଔଷଧ ଛିଞ୍ଚନ କରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Last Updated : Sep 19, 2020, 12:18 PM IST

ABOUT THE AUTHOR

...view details