ଓଡିଶା

odisha

By

Published : Jun 18, 2022, 9:47 PM IST

ETV Bharat / state

ପ୍ରଥମ ବର୍ଷାରେ ବେହାଲ ସୁବର୍ଣ୍ଣପୁର ସହର

ସୁବର୍ଣ୍ଣପୁରରେ ଆଜି ବର୍ଷା ହେବା ଫଳରେ ଚାଷୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପ୍ରଥମ ବର୍ଷାରେ ବେହାଲ ସୁବର୍ଣ୍ଣପୁର ସହର
ପ୍ରଥମ ବର୍ଷାରେ ବେହାଲ ସୁବର୍ଣ୍ଣପୁର ସହର

ସୁବର୍ଣ୍ଣପୁର: ଆଜି(ଶନିବାର) ବର୍ଷାରେ ଧୋଇ ହୋଇଛି ଐତିହାସିକ ସହର ସୁବର୍ଣ୍ଣପୁର । ମଧ୍ୟାହ୍ନ ସମୟରେ ପ୍ରବଳ ବର୍ଷା ହୋଇଥିବାବେଳେ ଏବେ ଝିପି ଝିପି ବର୍ଷା ଲାଗି ରହିଛି । ତେବେ ମଧ୍ୟାହ୍ନରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଘଡଘଡି ସହ ମୂଷଳ ଧାରାରେ ବର୍ଷା ହୋଇଛି । ସକାଳୁ ଟାଇଁଟାଇଁ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ମଧ୍ୟାହ୍ନରେ ମେଘ ଘୋଟି ଆସିଥିଲା । କିଛି ସମୟ ଭିତରେ ସହରର ବଡ଼ ବଜାର ରାସ୍ତାରେ ପ୍ରାୟ ଦେଢ଼ ଫୁଟର ପାଣି ଚାଲିଲା ।

ପ୍ରଥମ ବର୍ଷାରେ ବେହାଲ ସୁବର୍ଣ୍ଣପୁର ସହର

ସହରର ତଳି ଅଞ୍ଚଳରେ ବି ପାଣି ଘର ଭିତରକୁ ପଶିଛି । ବିଳମ୍ବିତ ମୌସୁମୀ ପାଇଁ ଚାଷୀ ବି ଅତିଷ୍ଠ ହୋଇପଡ଼ିଥିବାବେଳେ କିଛି ଚାଷୀ ଖରଡ଼ି ବୁଣା କରି ବର୍ଷାକୁ ଅପେକ୍ଷା କରିଥିଲେ । ବର୍ଷା ଅଭାବରୁ ଅନେକ ଚାଷୀ ଚଳିତ ଖରିଫ ଋତୁ ଚାଷ ପାଇଁ ବିହନ ପକାଇବାକୁ ଆଶା କରିଥିଲେ ।

ଯେଉଁ ଆଶା ଆଜି(ଶନିବାର) ଇନ୍ଦ୍ରଦେବ ପୂରଣ କରିଛନ୍ତି । ତେବେ ସହରର ଡ୍ରେନେଜ ବ୍ୟବସ୍ଥାରେ ଏଥର ସୁଧାର ଅଣାଯାଇ ପାରି ନଥିବାରୁ ଅଳ୍ପ ବର୍ଷରେ ବି ସହର ଭିତରେ କୁତ୍ରିମ ବନ୍ୟା ସୃଷ୍ଟି ହେବାର ଆଶା କରାଯାଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details