ସୁବର୍ଣ୍ଣପୁର : ଜିଲ୍ଲାରେ ରବି ଋତୁ ଧାନ କିଣାରେ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଧାନ ମଣ୍ଡି ଗୁଡିକରେ ଦୁଇରୁ ତିନି କେଜି ପର୍ଯ୍ୟନ୍ତ ଧାନ କଟନୀଛଟନୀ କରାଯାଉଛି । ଏପରିକି ଅଖା ବସ୍ତା ଓ ଜରି ବସ୍ତା ଓଜନରୁ ଅଧିକ ପରିମାଣର ଧାନ କାଟି ଦିଆଯାଉଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଏକ ଜରି ବସ୍ତାର ଓଜନ ପ୍ରାୟ 130 ଗ୍ରାମ ରହୁଥିବା ବେଳେ ପ୍ରାୟ ଗୋଟିଏ କେଜି ଓଜନର ଧାନ ମଣ୍ଡିରେ କାଟି ଦିଆଯାଉଥିବା ଚାଷୀ ଅଭିଯୋଗ କରିଛି । ତେବେ ଚାଷୀଙ୍କ ପାଇଁ ଟୋକନ ସମସ୍ୟା, ଧାନ କିଣା ପାଇଁ ନିର୍ଦ୍ଧାରିତ ସମୟ ସୀମା ,ଚାଷୀଙ୍କୁ ଅଖାବସ୍ତା ପ୍ରଦାନ ନ କରିବା ,ବସ୍ତାର ଓଜନରୁ ଅଧିକ ପରିମାଣର ଧାନ କାଟି ଦିଆଯିବା ପରି ସମସ୍ୟାର ସମାଧାନ ପାଇଁ ଚାଷୀ ଯେତେ ଦାବି ଆପତ୍ତି କଲେ ବି କେହି ଶୁଣୁ ନାହାନ୍ତି ।