ଓଡିଶା

odisha

ETV Bharat / state

ଫନି ପୀଡିତଙ୍କୁ ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚର ସହାୟତା - HELPED

ସୁବର୍ଣ୍ଣପୁର ସହରର ପଟାଭାଡିର ବସ୍ତି ସୁରକ୍ଷା ମଞ୍ଚର ସ୍ବେଚ୍ଛାସେବୀ ମହିଳାମାନଙ୍କ ପ୍ରୟାସ ନିହାତି ପ୍ରଶଂସନୀୟ । ବସ୍ତି ସୁରକ୍ଷା ମଞ୍ଚର ସଭ୍ୟାମାନେ ସହରର ବିଭିନ୍ନ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକରୁ ଫନି ପୀଡିତଙ୍କ ପାଇଁ ଅର୍ଥ ସଂଗ୍ରହ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସୁବର୍ଣ୍ଣପୁର

By

Published : May 11, 2019, 3:55 AM IST

ସୁବର୍ଣ୍ଣପୁର: ଫନି ପୀଡିତଙ୍କ ପାଇଁ ଘରୁ ପାଦ କାଢିଛନ୍ତି ଗୃହିଣୀ । ସୁବର୍ଣ୍ଣପୁର ସହରର ପଟାଭାଡିର ବସ୍ତି ସୁରକ୍ଷା ମଞ୍ଚର ସ୍ବେଚ୍ଛାସେବୀ ମହିଳାମାନେ ଏଭଳି ପ୍ରୟାସ କରିଛନ୍ତି । ଫନି ପୀଡିତଙ୍କୁ ଦୈନନ୍ଦିନ ଜୀବନ ଯାପନ ପାଇଁ ଆବଶ୍ୟକ ଖାଦ୍ୟ ଓ ବସ୍ତ୍ର ସହିତ ସହାୟତା ରାଶି ପ୍ରଦାନ କରିବା ପାଇଁ ଉଦ୍ୟମ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସୁବର୍ଣ୍ଣପୁର

ଶୁକ୍ରବାର ବସ୍ତି ସୁରକ୍ଷା ମଞ୍ଚର ସଭ୍ୟାମାନେ ସହରର ବିଭିନ୍ନ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକରୁ ଫନି ପୀଡିତଙ୍କ ପାଇଁ ଅର୍ଥ ସଂଗ୍ରହ କରିଛନ୍ତି । ସହରର ବସଷ୍ଟାଣ୍ଡ, ବଡବଜାର , ମଝିପଡା ଆଦି ସ୍ଥାନରୁ ମଧ୍ୟ କିଛି ଖାଦ୍ୟ ସଂଗ୍ରହ କରିଛନ୍ତି । ମହିଳାମାନେ ଫନି ପୀଡିତଙ୍କ ପାଇଁ ଦାନ ସଂଗ୍ରହ କରୁଥିବାରୁ ସହରର ଆଗ୍ରହୀ ମହିଳାମାନେ ଉତ୍ସାହର ସହିତ ଦାନ ଦେଉଥିବା ଦେଖିବାକୁ ମିଳିଥିଲା ।

ଆସନ୍ତାକାଲି ମଧ୍ୟ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଦାନ ସଂଗ୍ରହ କରାଯିବ । ପରେ ସଂଗୃହିତ ଖାଦ୍ୟ, ବସ୍ତ୍ର ଓ ଅର୍ଥ ଫନି ପୀଡିତଙ୍କ ଭିତରେ ବଣ୍ଟନ କରାଯିବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details