ଓଡିଶା

odisha

ETV Bharat / state

ବିଜୁ ପଟ୍ଟନାୟକ ପୋଲ ତଳୁ ଶିକ୍ଷକଙ୍କ ମୃତଦେହ ମିଳିବା ଘଟଣା, ହତ୍ୟା ଅଭିଯୋଗ ଆଣିଲା ପରିବାର - ପୋଲତଳୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀର ବିଜୁ ପଟ୍ଟନାୟକ ପୋଲ ତଳୁ ଶିକ୍ଷକଙ୍କ ମୃତଦେହ ମିଳିବା ଘଟଣାରେ ଭିନ୍ନ ମୋଡ । ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଅଧିକ ପଢ଼ନ୍ତୁ

ପୋଲ ତଳୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର
ପୋଲ ତଳୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

By ETV Bharat Odisha Team

Published : Nov 26, 2023, 10:24 PM IST

ପୋଲ ତଳୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର: ଜିଲ୍ଲାର ମହାନଦୀର ବିଜୁ ପଟ୍ଟନାୟକ ପୋଲ ତଳୁ ଶିକ୍ଷକଙ୍କ ମୃତଦେହ ମିଳିବା ଘଟଣା ଏକ ଭିନ୍ନ ମୋଡ ନେଇଛି । ମୃତ ଶିକ୍ଷକଙ୍କ ଭାଇ କାର୍ତ୍ତିକ ନାଏକଙ୍କ ସହିତ ପରିବାର ଲୋକେ ଶିକ୍ଷକ ଲୋକନାଥ ନାଏକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଆଜି ମୃତକଙ୍କ ପରିବାର ଲୋକେ ସଦର ଟାଉନ ଥାନରେ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବା ବେଳେ ହତ୍ୟାକାରୀଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବା ଦାବିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବି ଦୃଷ୍ଟି ଆକର୍ଷଣ କରିଛନ୍ତି ।

ତେବେ ଗତ ୨୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା କେଶଲପୁରା ଗାଁର ଲୋକନାଥ ନାଏକଙ୍କ ମୃତଦେହ ବିଜୁ ପଟ୍ଟନାୟକ ମହାନଦୀ ପୋଲ ତଳୁ ପାଣିରୁ ଉଦ୍ଧାର କରାଯାଇଥିଲା । କିଛି ଲୋକ ଏକ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ଲୋକେ ସଦର ଥାନାକୁ ଖବର ଦେବା ସହିତ ସଦର ଅଗ୍ନିଶମ ବିଭାଗକୁ ମୃତଦେହ ଉଦ୍ଧାର କରିବା ପାଇଁ ଖବର ଦେଇଥିଲେ । ଗତ ୨୨ ତାରିଖରୁ ଲୋକନାଥ ଘରୁ ନିଖୋଜ ଥିବାନେଇ ପରିବାର ବର୍ଗ ବୀରମହାରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ପୋଲିସ ଏହାକୁ ହାଲକା ଭାବେ ଗ୍ରହଣ କରିଥିଲା । ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ତେବେ ପରିବାର ଲୋକେ ହିକୁଡି ଫାଣ୍ଡିରେ ମଧ୍ୟ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ବିଜୁ ପଟ୍ଟନାୟକ ପୋଲ ଉପରେ ମୃତଦେହ ରଖି ରାସ୍ତା ଅବରୋଧ

ସେପଟେ ମହାନଦୀର ପାଣିରୁ ମୃତଦେହ ଉଦ୍ଧାର କରିବା ପରେ ଏହା ଏକ ଅସ୍ବାଭାବିକ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇ ଯାଇଥିଲା । ମୃତଦେହ ଉଦ୍ଧାର କରିବା ପରେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଲୋକନାଥକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ପୋଲିସ ପରିବାର ବର୍ଗଙ୍କ ଅଭିଯୋଗକୁ ଅବହେଳା ପ୍ରଦର୍ଶନ କରିଥିବାରୁ ପରିବାର ଲୋକେ ମୃତଦେହ ଉଦ୍ଧାର କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଷ୍ଟ୍ରେଚର ଯୋଗେ ମୃତଦେହକୁ ଆଣି ମହାନଦୀ ପୋଲକୁ ଅବରୋଧ କରିଥିଲେ । ପୋଲିସ ବୁଝାସୁଝା କରିବା ପରେ ରାସ୍ତାରୋକୋ ହଟିଥିଲା । ତେବେ ପୋଲିସର ପ୍ରତିଶୃତି ଆଧାରରେ ଆଜି ପରିବାର ଲୋକେ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ଜାରି ରଖିଛି । ଲୋକନାଥ ସହିତ ଦୈନନ୍ଦିନ ଜୀବନରେ ସଂପର୍କ ରଖିଥିବା ବ୍ୟକ୍ତି ବିଶେଷ ଓ ପରିବାର ବର୍ଗଙ୍କୁ ଡାକି ପଚରାଉଚୁରା କରୁଥିବା ଜଣାପଡିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details