ଓଡିଶା

odisha

ETV Bharat / state

ଧର୍ମଦାଣ୍ଡି ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବୀରେ ବିକ୍ଷୋଭ - ସୋନପୁର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ 2019 ମସିହାରେ ଧର୍ମଦାଣ୍ଡି ନାଳରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରକଳ୍ପ କାମ ଆରମ୍ଭ ହେଉ ନଥିବାରୁ ଚାଷୀ ମରୁଡିରେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ, ଚାଷୀ ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ଚାଷୀ ଏହି ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ

ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବିକ୍ଷୋଭ, ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ
ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବିକ୍ଷୋଭ, ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

By

Published : Jul 7, 2022, 8:55 PM IST

ସୁବର୍ଣ୍ଣପୁର:ଆଜି(ଗୁରୁବାର) ଜିଲ୍ଲାର ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ଡୁଙ୍ଗୁରିପାଲି ବ୍ଳକର ତିନୋଟି ପଞ୍ଚାୟତର ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷୀ ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ଚାଷୀ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରି ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବୀରେ ଏହି ଆନ୍ଦୋଳନ କରିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ 2019 ମସିହାରେ ଜଳସେଚନ ବିଭାଗ ମନ୍ତ୍ରୀ ଥିବା ସମୟରେ ଧର୍ମଦାଣ୍ଡି ନାଳରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ସେହି ପ୍ରକଳ୍ପ ଆରମ୍ଭ ହେଉ ନଥିବାରୁ ଚାଷୀ ମରୁଡିରେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି । ଡୁଙ୍ଗୁରିପାଲି ବ୍ଳକର ଶୁଖା, କର୍ଲାଜୁରୀ ଓ ଇଚ୍ଛାପୁର ପଞ୍ଚାୟତ ହୀରାକୁଦ ଜଳସେଚିତ ଅଞ୍ଚଳର ତଳି ମୁଣ୍ଡରେ ରହିଛି ।

ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବିକ୍ଷୋଭ, ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ତେବେ ତଳି ମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବାରୁ ଚାଷୀ ମରୁଡିର ସମ୍ମୁଖୀନ ହେଉଛି । ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ଦାବି ଉପରେ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନଥିବାରୁ ଚାଷୀ ମେଗା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦାବୀ ପୂରଣ ନହେଲେ ଆଗକୁ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ସୁବର୍ଣ୍ଣପୁର

For All Latest Updates

TAGGED:

ABOUT THE AUTHOR

...view details