ଓଡିଶା

odisha

ETV Bharat / state

ଇଭିଏମ ପାଇଁ 2 କୋଟିର ଘର

ସୁବର୍ଣ୍ଣପୁର ସହରରରେ ଇଭିଏମ ଓ ଭିଭିପାଟ କେନ୍ଦ୍ର ଉଦଘାଟିତ ହୋଇଛି । 2019 ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ସରିବା ପରେ ଇଭିଏମ ଓ ଭିଭିପାଟ ମେସିନ ଗୁଡିକୁ ସୁରକ୍ଷାର ସହିତ ରଖିବା ପାଇଁ ଏହି ଗୋଦାମ ଗୃହଟି ନିର୍ମିତ ହୋଇଛି ।

By

Published : Jun 5, 2019, 2:24 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସହରର ପଟାଭାଡିଠାରେ ଇଭିଏମ ଓ ଭିଭିପାଟକୁ ସୁରକ୍ଷିତ ରଖିବା ପାଇଁ ଗୋଦାମ ଗୃହର ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ମଧୂସୂଦନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଗୋଦାମର ଆନୁଷ୍ଠାନିକ ଉଦଘାଟନ କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

2019 ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ସରିବା ପରେ ଇଭିଏମ ଓ ଭିଭିପାଟ ମେସିନ ଗୁଡିକୁ ସୁରକ୍ଷାର ସହିତ ଗଚ୍ଛିତ ରଖିବା ପାଇଁ ଏହି ଗୋଦାମ ଗୃହଟି ନିର୍ମିତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଏହି ଗୋଦାମ ଗୃହଟିକୁ ଶୀତତାପ ନିୟନ୍ତ୍ରିତରେ ପରିଣତ କରାଯାଇଥିବାବେଳେ ଭିତରେ ଓ ବାହାରେ ପ୍ରାୟ 40ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଏହା ବ୍ୟତୀତ କେନ୍ଦ୍ରରେ 16 ଜଣ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ 24 ଘଣ୍ଟା ପ୍ରହର ଦେବା ପାଇଁ ନିୟୋଜିତ କରାଯାଇଛି ।

ପ୍ରାୟ 2 କୋଟି 2 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ସବୁ ପ୍ରକାରର ସୁରକ୍ଷା ପ୍ରଦାନ କରାଯାଇଛି । ଜିଲ୍ଲାର ଉଭୟ ବୀରମହାରାଜପୁର ଓ ସୋନପୁର ନିର୍ବାଚନର ଭୋଟ ଗଣତି ସରିବା ପରେ କଡା ସୁରକ୍ଷା ଭିତରେ ଭିଭିପାଟ ଓ ଇଭିଏମ ଗୁଡିକୁ ଏହି କେନ୍ଦ୍ରରେ ଗଚ୍ଛିତ ରଖାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details