ଓଡିଶା

odisha

ETV Bharat / state

ଇଟିଭି ଭାରତ ପ୍ରଭାବ: ମୁଖ୍ୟ ଚିକିତ୍ସାଳୟ ଆଗରେ ଡ୍ରେନ କାମ ଆରମ୍ଭ

ଗତ 25 ଏପ୍ରିଲରେ ସଚେତନତା ବୈଠକ ଚାଲିଥିବା ସମୟରେ ଆମ ଇଟିଭି କ୍ୟାମେରା ଟିମ ଜିଲ୍ଲାପାଳ ମଧୂସୁଦନ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଜିଲ୍ଲାପାଳ ଦୂଷିତ ପାଣି ଜମି ରହୁଥିବା ସ୍ଥାନ ପରିଦର୍ଶନ କରି ସଦର ପୌର ପରିଷଦକୁ ତୁରନ୍ତ ଦୂଷିତ ଜଳ ନିଷ୍କାସନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

By

Published : Apr 30, 2019, 11:23 PM IST

Updated : Apr 30, 2019, 11:58 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ବ୍ୟବହୃତ ମଇଳା ପାଣି ଜମି ରହୁଥିବା ସ୍ଥାନରେ ଡ୍ରେନ କାର୍ଯ୍ୟ ଆରମ୍ଭ ହୋଇଛି । ଚିକିତ୍ସାଳୟ ଆଗରେ ପାଣି ଜମି ରହି ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା । ଖରା ଦିନରେ ମଧ୍ୟ ଡାକ୍ତରଖାନା ଆଗରେ ଆଣ୍ଠୁଏ ଦୂଷିତ ପାଣି ଜମି ରହୁଥିଲା । ଦୀର୍ଘ ଦିନ ଧରି ପାଣି ଜମି ରହି ସେଠାରେ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ହେଲେ ଏହି ଅସ୍ବାସ୍ଥ୍ୟକର ପରିବେଶକୁ ସୁଧାର କରିବା ଦିଗରେ କେହି ଧ୍ୟାନ ଦେଉ ନ ଥିଲେ । ମ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ 25 ଏପ୍ରିଲରେ ସଚେତନତା ବୈଠକ ଚାଲିଥିବା ସମୟରେ ଆମ ‘ଇଟିଭି ଭାରତ’ କ୍ୟାମେରା ଟିମ ଜିଲ୍ଲାପାଳ ମଧୂସୁଦନ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଜିଲ୍ଲାପାଳ ଦୂଷିତ ପାଣି ଜମି ରହୁଥିବା ସ୍ଥାନ ପରିଦର୍ଶନ କରି ସଦର ପୌର ପରିଷଦକୁ ତୁରନ୍ତ ଦୂଷିତ ଜଳ ନିଷ୍କାସନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।


ଡାକ୍ତରଖାନା ଆଗରେ ଆଣ୍ଠୁଏ ପାଣି ଜମି ରହି ମଶା ବଂଶ ବୃଦ୍ଧି ହେଉଥିବା ବେଳେ ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ସଚେତନତା ବୈଠକର ମୂଲ୍ୟନାହିଁ ବୋଲି କହିଥିଲେ ଜିଲ୍ଲାପାଳ । ମଙ୍ଗଳବାର ପୌର ପରିଷଦ ପକ୍ଷରୁ ଦୂଷିତ ଜଳ ନିଷ୍କାସନ ପାଇଁ ସେହି ରାସ୍ତା ପାର୍ଶ୍ବରେ ଡ୍ରେନ ତିଆରି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଡାକ୍ତରଖାନା ଆଗରେ ବ୍ୟବସାୟ କରୁଥିବା ଜନସାଧାରଣ ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଖୁବ ଶିଘ୍ର କାର୍ଯ୍ୟ ଶେଷ ହେବ ବୋଲି ଆଶା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 30, 2019, 11:58 PM IST

ABOUT THE AUTHOR

...view details