ଓଡିଶା

odisha

ETV Bharat / state

ନୂଆଁଖାଇରେ ଉତ୍ସବ ମୁଖର ହେବ ସୁବର୍ଣ୍ଣପୁର, ଲଗ୍ନ ନିର୍ଦ୍ଧାରଣ ପାଇଁ ପୌର ପରିଷଦକୁ ଦେବୋତ୍ତର କମିଟିର ଅନୁରୋଧ

ନୂଆଁଖାଇ ପାଇଁ ଦେବୋତ୍ତର କମିଟି ଲଗ୍ନ ନିର୍ଦ୍ଧାରଣ କରିବା ପାଇଁ ଦେବୋତ୍ତର ଅଧିକାରୀ ତଥା ସଦର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଛି । ଅଧିକ ପଢନ୍ତୁ

nuakhai lagna
nuakhai lagna

By ETV Bharat Odisha Team

Published : Aug 27, 2023, 3:19 PM IST

nuakhai lagna

ସୁବର୍ଣ୍ଣପୁର:ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏନେଇ ଦେବୋତ୍ତର କମିଟି ଲଗ୍ନ ନିର୍ଦ୍ଧାରଣ କରିବା ପାଇଁ ଦେବୋତ୍ତର ଅଧିକାରୀ ତଥା ସଦର ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଛି । ତେବେ ପରମ୍ପରା କ୍ରମେ ଭାଦ୍ରବ ଶୁକ୍ଲ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ପାଳନ କରିବେ । ତେଣୁ ଏହି ତିଥିରେ ଲଗ୍ନ ନିର୍ଦ୍ଧାରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୋନପୁର ଗଡ଼ଜାତ ସହ ପଞ୍ଚରା ଅଞ୍ଚଳ ପାଇଁ ସୋନପୁର ଗଡ଼ଜାତର ଶ୍ରୀ ବଡଜଗନ୍ନାଥଙ୍କ ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିବେ । ସହରର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ନାଁରେ ସୋନପୁର ଗଡ଼ଜାତରେ ଲଗ୍ନ ନିର୍ଣ୍ଣୟ କରିବାର ପରମ୍ପରା ରହିଛି । ତେବେ ରାଜ୍ୟ ସରକାର ଶ୍ରୀ ଗଣେଶ ଚତୁର୍ଥୀର ପରଦିନ ଅର୍ଥାତ ପଞ୍ଚମୀ ତିଥିରେ ସରକାରୀ ଭାବେ ନୂଆଁଖାଇ ଛୁଟି ଦେଇଛନ୍ତି । ତେଣୁ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ସହରର ଅଷ୍ଟଚଣ୍ଡୀଙ୍କ ପୀଠରେ ନବାନ୍ନ ଭୋଗ ପାଇଁ ପାହୁର ଯାତ୍ରା ଓ ନବାନ୍ନ ସମର୍ପଣ ପାଇଁ ସମୟ ନିର୍ଦ୍ଧାରଣ କରାଯିବ ।

ତେବେ ଚଳିତ ବର୍ଷ ଖରିଫ ଚାଷ ବେଶ ବିଳମ୍ବ ହୋଇଛି । ଏଯାଏଁ ଚାଷ କାର୍ଯ୍ୟ ବି ବାକି ରହିଛି । ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥି ବେଳକୁ ଚାଷ ଜମିରେ ନବାନ୍ନ ପାଇଁ ନୂତନ ଧାନ(ଶସ୍ୟ) ଉତ୍ପାଦନ ହେବାର ଆଶା ବେଶ କମ ରହିଛି । ନୂଆଁଖାଇ ପାଇଁ ବ୍ୟବହୃତ ହେଉଥିବା ସରିଆଁ ଧାନର ଉତ୍ପାଦନ ଦିନକୁ ଦିନ ହ୍ରାସ ପାଉଥିବା ବେଳେ ବେର୍ଣ୍ଣା ଓ ମାଳ ଆଦି କିସମ ଜମିରେ ଉତ୍ପାଦିତ ହେଉଥିବା ସରିଆଁ ଧାନର ଅଭାବ ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ- ସମ୍ବଲପୁରରେ ଗର୍ଜିଲା କୋଶଲ ସେନା, ନୂଆଁଖାଇ ପାଇଁ 3ଦିନ ସରକାରୀ ଛୁଟି ଦାବି

ଭାଦ୍ରବ ମାସରେ ପ୍ରତିବର୍ଷ ନୂଆଁଖାଇ ସମୟରେ ଦୈନନ୍ଦିନ ଖାଦ୍ୟ ସାମଗ୍ରୀ ଓ ଲୁଗାପଟା ମହଙ୍ଗା ହେଉଥିବା ବେଳେ ଚାଷୀ କିନ୍ତୁ ମହଙ୍ଗା ବେଳାରେ ବି ଉତ୍ସାହିତ ହୋଇ ନୂଆଁଖାଇ ପାଳନ କରିଥାଏ । ତେବେ ଚଳିତ ବର୍ଷ ସରିଆଁ ଧାନର ଅଭାବ, ବିଳମ୍ବିତ ଚାଷ ଓ ମହଙ୍ଗା ବିଷୟରେ ଚାଷୀ ଚିନ୍ତିତ ଥିବା ବେଳେ ତଥାପି ନୂଆଁଖାଇ ପାଳନ ପାଇଁ ଚାଷୀ ମନରେ ବେଶ ଉତ୍ସାହ ରହିଛି । ସାମାଜିକ, ସାଂସ୍କୃତିକ, ରାଜନୈତିକ ତଥା ଆର୍ଥିକ ସ୍ଥିତି ଯାହା ବି ଥାଉ ପରମ୍ପରାକ୍ରମେ ଆଗାମୀ ନନ୍ଦୋତ୍ସବ ତିଥିରେ ନୂଆଁଖାଇ ଲଗ୍ନ ନିର୍ଣ୍ଣୟ କରିବା ପାଇଁ ଦେବୋତ୍ତର ବିଭାଗ ଓ ସଦର ପୌର ପରିଷଦ ପ୍ରସ୍ତୁତି କରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details