ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ପଶ୍ଚିମ ସୋମନାଥ ମନ୍ଦିରରେ ଆଜି ନିକଟସ୍ଥ ଶରଧାପାଲି ଓ ଝିଙ୍କି ଗାଁ ଲୋକେ କଲାସୀ ଯାତ୍ରାର ଦେବ ନିମନ୍ତ୍ରଣ ପର୍ବ ପାଳନ କରିଛନ୍ତି । ଆଜି କାର୍ତ୍ତିକ ମାସ ଦଶମୀ ତିଥିରେ ଦେବୀ କଲାସୀଙ୍କ ପର୍ବ ଆୟୋଜିତ କରିବା ପାଇଁ ମହାଦେବଙ୍କୁ ବରଣ କରିଛନ୍ତି । ପାରମ୍ପପରିକ ବିଧିବିଦ୍ଧାନରେ ଦେବ ଦେବ ମହାଦେବଙ୍କୁ ବରଣ କରି ନେଇ କଲାସୀ କୁଠିରେ ପ୍ରତିଷ୍ଠା କରିବା ପରେ କଲାସୀ ଯାତ୍ରା ଆରମ୍ଭ ହେବ ।
ତେବେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଦେବ ନିମନ୍ତ୍ରଣ ପର୍ବରେ ଯୋଗଦେଇ ସହରର ପଶ୍ଚିମ ସୋମନାଥ ମନ୍ଦିରକୁ ପହଞ୍ଚିଥିଲେ । ପାରମ୍ପପରିକ ଢୋଲ ,ମହୁରୀ ,ତାସା ,ଘଣ୍ଟ ଓ ଘଣ୍ଟା ଆଦି ବାଦ୍ୟରେ ଦେବ ନିମନ୍ତ୍ରଣ ସମୟରେ ଦୁଲୁକି ଉଠୁଥିଲା ପଶ୍ଚିମ ସୋମନାଥଙ୍କ ପାବନ ପୀଠ । ଆସନ୍ତାକାଲି ପ୍ରାତଃରୁ କଲାସୀ କୁଠିରେ ଦେବ ଦେବୀଙ୍କ ପୂଜା ଆରାଧନା ପରେ ଅପରାହ୍ନରେ କଲାସୀ ପର୍ବ ଆୟୋଜିତ ହେବ । ଆସନ୍ତାକାଲି ଶ୍ରଦ୍ଧାଳୁମାନେ ଅପରାହ୍ନରେ ଦେବୀ କଲାସୀଙ୍କ ଦର୍ଶନ କରିବେ । ତେବେ ଗାଁ ଦେବୀ ଭାବେ କଲାସୀ କୁଠିରେ ଦେବୀ ମା ପାର୍ବତୀ ପୂଜା ପାଉଥିବା ବେଳେ କଲାସୀ ଯାତ୍ରା ପାଇଁ ଦେବ ଦେବ ମହାଦେବଙ୍କୁ କାର୍ତ୍ତିକ ଦଶମୀ ତିଥି ସଂଧ୍ୟାରେ ନିମନ୍ତ୍ରଣ କରିବାର ପାରମ୍ପପରା ବହୁ ପ୍ରାଚୀନ ।