ସୁବର୍ଣ୍ଣପୁର: ବିଦ୍ୟୁତ ବିଭାଗ ଘରୋଇ କରଣକୁ ନେଇ ବିଦ୍ୟୁତ କର୍ମଚାରୀଙ୍କ ପ୍ରତିବାଦ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଦ୍ୟୁତ ବିଭାଗ ୱେସ୍କୋ କାର୍ଯ୍ୟାଳୟ ଆଗରେ ବିଦ୍ୟୁତ ବିଭାଗର କର୍ମଚାରୀ ଓ ବିଭାଗୀୟ ଇଞ୍ଜିନିୟରିଂ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହ ଆନ୍ଦୋଳନରେ ସାମିଲ ହୋଇଥିବା କର୍ମଚାରୀମାନେ କଳା ବ୍ୟାଜ ପିନ୍ଧି ନାରାବାଜି କରିଛନ୍ତି। ତେବେ ବିଦ୍ୟୁତ ବିଭାଗର ପୁନଃ ଘରୋଇ କରଣର ପ୍ରତିବାଦ କରି ବିଦ୍ୟୁତ କର୍ମଚାରୀ ମାନେ କିଛି ସମୟ ପାଇଁ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରିଥିଲେ।
ବିଦ୍ୟୁତ ବିଭାଗ ଘରୋଇକରଣକୁ ନେଇ ୱେସ୍କୋ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ - ୱେସ୍କୋ କାର୍ଯ୍ୟାଳୟ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଦ୍ୟୁତ ବିଭାଗ ୱେସ୍କୋ କାର୍ଯ୍ୟାଳୟ ଆଗରେ ବିଦ୍ୟୁତ ବିଭାଗର କର୍ମଚାରୀ ଓ ବିଭାଗୀୟ ଇଞ୍ଜିନିୟରିଂ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ବିଦ୍ୟୁତ ବିଭାଗ ଘରୋଇ କରଣକୁ ନେଇ କର୍ମଚାରୀଙ୍କ ଏହି ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...
ବିଦ୍ୟୁତ ବିଭାଗ ଘରୋଇ କରଣକୁ ନେଇ ୱେସ୍କୋ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
ବିଦ୍ୟୁତ ବିଭାଗ ଏସଡିଓ ରଶ୍ମି ରଞ୍ଜନ ଜେନା, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ସମ୍ପାଦକ ସୁଶୀଲ ବାଗ ପ୍ରମୁଖଙ୍କ ନେତୃତ୍ବରେ ବିଦ୍ୟୁତ କର୍ମଚାରୀ ମାନେ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ସାରିବା ପରେ କର୍ମଚାରୀ ମାନେ କଳା ବ୍ୟାଜ ପିନ୍ଧି ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଘରୋଇ କରଣକୁ ତୀବ୍ର ବିରୋଧ ଓ ସମାଲୋଚନା କରିବା ସହିତ ଏହା କର୍ମଚାରୀ ମାନଙ୍କ ସ୍ବାର୍ଥ ବିରୋଧୀ କାର୍ଯ୍ୟ ବୋଲି କର୍ମଚାରୀ ମାନେ ଅଭିଯୋଗ କହିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ତବାସୀ ପଣ୍ଡା, ଇଟିଭି ଭାରତ